Categories: ଜାତୀୟ

ସରକାର ଘୋଷଣା କରିବା ପୂର୍ବରୁ ନିର୍ବାଚନ କମିଶନରଙ୍କ ନାଁ ପ୍ରଘଟ କରିଦେଲେ ଅଧୀର ରଞ୍ଜନ: ଏହି ୨ ବ୍ୟକ୍ତି ହେବେ ନିର୍ବାଚନ କମିଶନର!

ନୂଆଦିଲ୍ଲୀ,୧୪।୩: ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ଗୁରୁବାର ନୂଆଦିଲ୍ଲୀର ଲୋକକଲ୍ୟାଣ ମାର୍ଗ ୭ରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍‌ପି ଅଧୀର ରଂଜନ ଚୌଧରୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକ ପରେ ଅଧୀର ରଂଜନ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ ସରକାର ନିର୍ବାଚନ କମିଶନରଙ୍କ ନାମ ଚୂଡ଼ାନ୍ତ କରିସାରିଛନ୍ତି। ସୁଖବୀର ସାନ୍ଧୁ ଏବଂ ଜ୍ଞାନେଶ କୁମାରଙ୍କ ନାମକୁ ଅନୁମୋଦନ କରାଯାଇଛି ବୋଲି ଅଧୀର ରଂଜନ କହିଛନ୍ତି। ଖୁବ ଶୀଘ୍ର ନୂତନ ନିର୍ବାଚନ କମିଶନରଙ୍କ ନାମ ଘୋଷଣା କରାଯାଇପାରେ। ପୂର୍ବତନ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଏବଂ ଅରୁଣ ଗୋୟଲଙ୍କ ଇସ୍ତଫା ଯୋଗୁ ନିର୍ବାଚନ ଆୟୋଗରେ ଦୁଇଟି ନିର୍ବାଚନ କମିଶନରଙ୍କ ପଦ ଖାଲି ରହିଛି।

Share