Categories: ଜାତୀୟ

ସୁଖବୀର ସିଂ, ଜ୍ଞାନେଶ କୁମାର ନିର୍ବାଚନ କମିଶନର ଭାବେ ନିଯୁକ୍ତ

ନୂଆଦିଲ୍ଲୀ,୧୪।୩: ସୁଖବୀର ସିଂ ସାନ୍ଧୁ ଏବଂ ଜ୍ଞାନେଶ କୁମାର ଦେଶର ପରବର୍ତ୍ତୀ ନିର୍ବାଚନ କମିଶନର ଭାବରେ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୁଖବୀର ସାନ୍ଧୁ ଏବଂ ଜ୍ଞାନେଶ କୁମାର ୧୯୮୮ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଅଟନ୍ତି। ସାନ୍ଧୁ ଆଇଏଏସର ଉତ୍ତରାଖଣ୍ଡ କ୍ୟାଡର ହୋଇଥିବାବେଳେ କୁମାର କେରଳ କ୍ୟାଡରର। ସାନ୍ଧୁ ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ତଥା ଭାରତର ଜାତୀୟ ରାଜପଥ ପ୍ରାଧିକରଣର ଚେୟାରମ୍ୟାନ ସମେତ ପ୍ରମୁଖ ସରକାରୀ ପଦବୀରେ କାର୍ଯ୍ୟ କରିଛନ୍ତି। ସେହିପରି ଜ୍ଞାନେଶ କୁମାର ସଂସଦୀୟ ମନ୍ତ୍ରଣାଳୟ ଏବଂ ଅମିତ ଶାହାଙ୍କ ନେତୃତ୍ୱରେ ସହଯୋଗ ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟ କରିଛନ୍ତି।

Share