Categories: ଜାତୀୟ

ଜ୍ଞାନବାପି ମାମଲା: ହାଇକୋର୍ଟରେ ମୁସଲିମ ପକ୍ଷର ପିଟିଶନ ଦାଖଲ, ଏଏସଆଇ ସର୍ଭେ ଉପରେ ରୋକ ଲଗାଇବାକୁ ଅପିଲ

ବାରାଣାସୀ,୨୫।୭: ବାରାଣାସୀ ଜିଲା ଜଜଙ୍କ ନିର୍ଦ୍ଦେଶରେ ସୋମବାର ଜ୍ଞାନବାପି ପରିସରରେ ଆରମ୍ଭ ହୋଇଥିବା ଏଏସଆଇ ସର୍ଭେରେ ମୁସଲିମ ପକ୍ଷ ଆହ୍ଲାବାଦ ହାଇକୋର୍ଟରେ ଏକ ଆବେଦନ କରିଛନ୍ତି। ଏହି ଆବେଦନରେ ଜ୍ଞାନବାପି ମସଜିଦର ବ୍ୟବସ୍ଥା କମିଟି ଜୁଲାଇ ୨୧ରେ ଜିଲା ଜଜଙ୍କ ନିଷ୍ପତ୍ତିକୁ ବାତିଲ କରିବାକୁ ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଏହାକୁ ରଦ୍ଦ ରଖିବାକୁ ଅନୁରୋଧ କରିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମସଜିଦ କମିଟି ଏହି ଆବେଦନ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଦର୍ଶାଇ ଆଜି ଜରୁରୀକାଳୀନ ଭିତ୍ତିରେ ଏହି ଆବେଦନର ଶୁଣାଣି ପାଇଁ ମଧ୍ୟ ଏକ ଆବେଦନ କରାଯାଇଛି। ଆଜି ଅପରାହ୍ନରେ ହାଇକୋର୍ଟରେ ଏହି ଆବେଦନ ଶୁଣାଣି ହୋଇପାରେ। ମସଜିଦ କମିଟି ଏହାର ସମସ୍ତ ଯୁକ୍ତି ଉପସ୍ଥାପନ କରିଛି। ଆବେଦନରେ କୁହାଯାଇଛି ଯେ ଜିଲା ଜଜ ତାଙ୍କ ଅଧିକାର ବାହାରେ ଏହି ନିଷ୍ପତ୍ତି ଦେଇଛନ୍ତି।

Share