Categories: ଜାତୀୟ

ଜ୍ଞାନବାପି ମାମଲା: ମସ୍‌ଜିଦ କମିଟିର ଆବେଦନ ଖାରଜ

ବାରାଣସୀ,୩୧ା୫: ଉତ୍ତରପ୍ରଦେଶ ବାରାଣସୀର ଜ୍ଞାନବାପି ମସ୍‌ଜିଦ୍‌ ମାମଲାରେ ଅଞ୍ଜୁମନ୍‌ ଇନ୍ତେଜାମିଆ ମସ୍‌ଜିଦ କମିଟିକୁ ଝଟ୍‌କା ଲାଗିଛି। ଆଲ୍ଲାହାବାଦ ହାଇକୋର୍ଟ ବୁଧବାର କମିଟିର ଆବେଦନକୁ ଖାରଜ କରିଦେଇଛନ୍ତି। ସ୍ଥାନୀୟ କୋର୍ଟରେ ବିଚାରାଧୀନ ଥିବା ସିଭିଲ ସୁଟ୍‌କୁ ରଦ୍ଦ କରିବାକୁ ମସ୍‌ଜିଦ କମିଟି ଆବେଦନରେ ଉଲ୍ଲେଖ କରିଥିଲା। ହିନ୍ଦୁ ମହିଳା ଗୋଷ୍ଠୀର ଲକ୍ଷ୍ମୀ ଦେବୀ, ରେଖା ପାଠକ, ସୀତା ସାହୁ ଓ ମଞ୍ଜୁ ବ୍ୟାସ୍‌ଙ୍କ ଆବେଦନରେ ଜ୍ଞାନବାପି ମସ୍‌ଜିଦ ପରିସରରେ ଶୃଙ୍ଗାର ଗୌରୀଙ୍କ ପୂଜାର୍ଚ୍ଚନାକୁ ବୈଧ ଘୋଷଣା ପାଇଁ ଅନୁରୋଧ କରିଥିଲେ। ବାରାଣସୀ ଜିଲା କୋର୍ଟରେ ଏହାର ଶୁଣାଣି ଜାରି ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share