Categories: ଜାତୀୟ

ଜ୍ଞାନବ୍ୟାପୀର ସର୍ଭେ ଉପରେ ୨୬ ଜୁଲାଇ ସନ୍ଧ୍ୟା ୫ ପର୍ଯ୍ୟନ୍ତ ରୋକ ଲଗାଇଲେ ସୁପ୍ରିମକୋର୍ଟ, ହାଇକୋର୍ଟ ଯିବେ ମସଜିଦ ପକ୍ଷ

ବାରାଣସୀ,୨୪।୭: ବାରାଣସୀର ଜ୍ଞାନବ୍ୟାପୀ ମସଜିଦରେ ହେଉଥିବା ସର୍ଭେ ଉପରେ ସୁପ୍ରିମକୋର୍ଟ ବୁଧବାର ଅର୍ଥାତ୍‌ ଜୁଲାଇ ୨୬ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି। ଏହି ସମୟରେ ମସଜିଦ କମିଟିକୁ ହାଇକୋର୍ଟଙ୍କ ନିକଟକୁ ଯିବାର ସୁଯୋଗ ଦିଆଯାଇଛି। ଜ୍ଞାନବ୍ୟାପୀ ମସଜିଦ ପରିଚାଳନାକୁ ତଦାରଖ କରୁଥିବା ଅଞ୍ଜୁମାନ କମିଟି ବାରାଣସୀ ଜିଲା କୋର୍ଟଙ୍କ ଆଦେଶ ବିରୋଧରେ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ମସଜିଦ କମ୍ପ୍ଲେକ୍ସ ଉପରେ ସର୍ଭେ କରିବାକୁ ଆବେଦନ କରିଥିଲେ ଯାହା ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Share