Categories: ଜାତୀୟ

ଜ୍ଞାନବାପି ମସ୍‌ଜିଦ ସର୍ଭେ ବନ୍ଦ ଆବେଦନ ଖାରଜ

ବାରାଣସୀ,୩୦ା୯: ଜ୍ଞାନବାପି ମସ୍‌ଜିଦ ପରିସରରେ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ କରାଯାଉଥିବା ବିଜ୍ଞାନଭିତ୍ତିକ ସର୍ଭେକୁ ବନ୍ଦ କରିବା ଲାଗି ମସ୍‌ଜିଦ ପରିଚାଳନା କମିଟି କରିଥିବା ଆବେଦନକୁ ବାରାଣସୀର ଏକ ଅଦାଲତ ଖାରଜ କରିଦେଇଛନ୍ତି। ସର୍ଭେ ପାଇଁ ଆଲ୍ଲାହାବାଦ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଅନୁମତି ଦେଇଥିବାରୁ ଏହାକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି ଜିଲା ଜଜ୍‌ ଏ.କେ. ବିଶ୍ୱେଷ କହିଥିଲେ। ଅଞ୍ଜୁମନ୍‌ ଇନ୍ତେଜାମିଆ ମସ୍‌ଜିଦ କମିଟି ପକ୍ଷରୁ ସର୍ଭେ ବନ୍ଦ ପାଇଁ ଆବେଦନ କରାଯାଇଥିଲା। ସପ୍ତଦଶ ଶତାବ୍ଦୀର ଏହି ମସ୍‌ଜିଦ ନର୍ମାଣ ପୂର୍ବରୁ ସେଠାରେ ହିନ୍ଦୁ ମନ୍ଦିର ଥିଲା କି ନାହିଁ, ତାହା ନିର୍ଦ୍ଧାରଣ କରିବା ନିମନ୍ତେ ଜ୍ଞାନବାପି ମସ୍‌ଜିଦ ପରିସରର ସର୍ଭେ ଚାଲିଛି।

Share