Categories: ଜାତୀୟ

ଜ୍ଞାନବ୍ୟାପୀ ମାମଲାରେ ହାଇକୋର୍ଟରେ କଭିଏଟ ଦାଖଲ, ରାଖି ସିଂ କରିଛନ୍ତି ଅପିଲ

ବାରାଣସୀ,୨୪।୭: ଜ୍ଞାନବ୍ୟାପୀ ମସଜିଦ ପରିସରରେ ପ୍ରତ୍ନତାତ୍ତ୍ୱିକ ସର୍ଭେ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ)ର ଟିମ ପହଞ୍ଚି ସାରିଛନ୍ତି। ବାରାଣସୀରେ ସର୍ଭେ ଆରମ୍ଭ ହେଉ ହେଉ ବାରାଣସୀ କୋର୍ଟର ଜିଲା ଜଜ ୨୧ ଜୁଲାଇର ନିର୍ଦ୍ଦେଶକୁ ନେଇ ଆହ୍ଲାବାଦ ହାଇକୋର୍ଟରେ କଭିଏଟ ଦାଖଲ କରି ଦିଆଯାଇଛି। ଅଧିବକ୍ତା ସୌରଭ ତିଓ୍ବାରୀଙ୍କ ମାଧ୍ୟମରେ କଭିଏଟ ପିଟିସନ ଇ-ଫାଇଲିଂ ମୋଡରେ କଭିଏଟ ଦାଖଲ କରାଯାଇଛି।

ଶ୍ରୀଙ୍ଗାର ଗୌରୀ ମାମଲାରେ ହିନ୍ଦୁ ଦଳର ମୁଖ୍ୟ ମକଦ୍ଦମାକାରୀ ରାଖୀ ସିଂଙ୍କ ନାମରେ ଆହ୍ଲାବାଦ ହାଇକୋର୍ଟରେ ଏକ କଭିଏଟ ବା ନିଷେଧ ପତ୍ର ଦାଖଲ କରାଯାଇଛି। ଇ-ଫାଇଲ ମୋଡ ମାଧ୍ୟମରେ ଆଡଭୋକେଟ ସୌରଭ ତିୱାରୀଙ୍କ ମାଧ୍ୟମରେ ଏହି ସଚେତନତା ଆବେଦନ କରାଯାଇଛି। ମୁଖ୍ୟ ମକଦ୍ଦମାକାରୀ ରାଖୀ ସିଂ ଏଏସଆଇ ସର୍ଭେକୁ ସମର୍ଥନ କରୁଛନ୍ତି।
କୁହାଯାଉଛି ଯେ ଯଦି ଅଞ୍ଜୁମାନ ମସଜିଦ ବ୍ୟବସ୍ଥା କମିଟି ହାଇକୋର୍ଟରେ ଜିଲ୍ଲା ଜଜଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରେ, ତେବେ ହାଇକୋର୍ଟ ସେମାନଙ୍କ ଶୁଣାଣି ନ କରି ଏହି ନିଷ୍ପତ୍ତି ଦେବା ଉଚିତ ନୁହେଁ। ଏହି କାରଣରୁ ଏହି କଭିଏଟ ବା ନିଷେଧ ପତ୍ର ଦାଖଲ କରାଯାଇଛି। ମସଜିଦ କମିଟି ପକ୍ଷରୁ ଏପର୍ଯ୍ୟନ୍ତ ହାଇକୋର୍ଟରେ କୌଣସି ଆବେଦନ କରାଯାଇ ନାହିଁ। ବାରାଣାସୀ କୋର୍ଟର ନିଷ୍ପତ୍ତି ପରେ ସୋମବାର ସକାଳଠାରୁ ଜ୍ଞାନବ୍ୟାାପୀ କ୍ୟାମ୍ପସରେ ଏଏଓଆଇ ସର୍ଭେ ଆରମ୍ଭ ହୋଇଛି।

Share