Categories: ଜାତୀୟ

ଜୁଲାଇ ୪ରେ ଜ୍ଞାନବାପି ମାମଲାର ପରବର୍ତ୍ତୀ ଶୁଣାଣି

ବାରାଣସୀ,୩୦।୫: ଉତ୍ତରପ୍ରଦେଶ ଜ୍ଞାନବାପି ମସ୍‌ଜିଦ ବିବାଦ ସମ୍ପର୍କରେ ସୋମବାର ବାରାଣସୀ ଜିଲା ଏବଂ ଫାଷ୍ଟ ଟ୍ରାକ୍‌ କୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ଆରମ୍ଭ ହେବା ମାତ୍ରେ ଅଞ୍ଜୁମାନ ଇନାଜାନିଆ ମସ୍‌ଜିଦ କମିଟି ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ। ମୁସ୍‌ଲିମ ପକ୍ଷ ଏହାର ଯୁକ୍ତିରେ କହିଛନ୍ତି ଯେ, ସମଗ୍ର ମାମଲାକୁ ପ୍ରତ୍ୟାଖ୍ୟାନ କରିବାକୁ ଦାବି କରିଥିଲେ। ଏପରିକି ହିନ୍ଦୁଙ୍କ ଦାବିକୁ ମଧ୍ୟ ସେମାନେ ବିରୋଧ କରିଥିଲେ। ଫଳରେ କୋର୍ଟ ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଶୁଣାଣିକୁ ଜୁଲାଇ ୪ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଅନ୍ୟପକ୍ଷେ ଫାଷ୍ଟ ଟ୍ରାକ କୋର୍ଟରେ ମଧ୍ୟ ଜ୍ଞାନବାପିକୁ ହିନ୍ଦୁ ପକ୍ଷଙ୍କୁ ହସ୍ତାନ୍ତର କରିବା ନେଇ ଏକ ଆବେଦନର ଶୁଣାଣି ହୋଇଥିଲା। ଏଥିରେ କୋର୍ଟ ହିନ୍ଦୁ ପକ୍ଷଙ୍କୁ ମୂଳ ମାମଲାର ଏକ ନକଲ କୋର୍ଟରେ ଦାଖଲ କରିବାକୁ କୁହାଯାଇଛି। ଏଥିସହ ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୮ ତାରିଖକୁ କୋର୍ଟ ସ୍ଥିର କରିଛନ୍ତି।

Share