Categories: ଜାତୀୟ

ଫାଷ୍ଟଟ୍ରାକ କୋର୍ଟକୁ ଟ୍ରାନ୍ସଫର ହେଲା ଜ୍ଞାନବ୍ୟାପି ମାମଲା: ୩୦ ମେ’ରେ ପରବର୍ତ୍ତି ଶୁଣାଣି

ବାରାଣସୀ,୨୫ ।୫: ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପି ମସଜିଦ ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସମୟ ନଷ୍ଟ ନ କରି କୋର୍ଟଙ୍କ ପକ୍ଷରୁ ଏହାର ଶୁଣାଣି କରାଯାଉଥିବା ବେଳେ ଏହାକୁ ଫାଷ୍ଟ ଟ୍ରାକ କୋର୍ଟକୁ ଟ୍ରାନ୍ସଫର କରାଯାଇଛି । ଏହି ମାମଲା ଫାଷ୍ଟଟ୍ରାକ କୋର୍ଟରେ ଚାଲିବ । ଏହାର ପରବର୍ତ୍ତି ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ ମେ’ ୩୦ରେ ହେବ ।

ପ୍ରତିଦିନ ଏହି ମାମଲାର ଶୁଣାଣି ହେବ ବୋଲି କୁହାଯାଉଛି । ଫଳରେ ଶୀଘ୍ର ରାୟ ପ୍ରକାଶ ପାଇବ । ସିଭିଲ ଜଜ ରବି ଦିବାକର ଏହି ମାମଲାକୁ ଫାଷ୍ଟଟ୍ରାକ କୋର୍ଟକୁ ଟ୍ରାନ୍ସଫର କରିଛନ୍ତି । ଏବେ ଫାଷ୍ଟଟ୍ରାକ କୋର୍ଟରେ ଜଜ ମହେନ୍ଦ୍ର ପାଣ୍ଡେ ଏହାର ଶୁଣାଣି କରିବେ । ତେବେ ଜ୍ଞାନବ୍ୟାପିକୁ ନେଇ ଯେଉଁ ନୂଆ ଆବେଦନ କରାଯାଇଥିଲା , ତାହୁ ହିଁ ଟ୍ରାନ୍ସଫର କରାଯାଇଛି ।
ଏହି ମାମଲାକୁ ନେଇ ହିନ୍ଦୁ ପକ୍ଷର ଓକିଲ ଶିବମ ଗୌଡ କହିଛନ୍ତି, ଫାଷ୍ଟଡ୍ରାକ କୋର୍ଟକୁ ଫାଇଲ ଟ୍ରାନ୍ସଫର ହୋଇଯାଇଛି । ଆମେ କୋର୍ଟକୁ ଯାଇ ଏହି ମାମଲାରେ ତୁରନ୍ତ ପୂଜା କରିବାକୁ ଦାବି କରିବୁ । ଏଥିରେ ଆପତ୍ତି କରିବାର କୌଣସି ମତଲବ ନାହିଁ । ଆମେ ଚାହୁଁଛୁ ଏହାର ଶୁଣାଣି ଆଜି ହେଉ ଆଉ କାଲିଠାରୁ ପୂଜା କରିବାର ନିର୍ଦ୍ଦେଶ ଦିଆଯାଉ ।

Share