Categories: ଜାତୀୟ

ଜ୍ଞାନବାପି ସର୍ଭେ ମାମଲା: ଏଏସ୍‌ଆଇକୁ ମିଳିଲା ଆଉ ଗୋଟେ ସପ୍ତାହର ସମୟ

ବାରାଣସୀ,୧୧ା୧୨: ବିବାଦୀୟ ଜ୍ଞାନବାପି ମସ୍‌ଜିଦ ପରିସରର ବିଜ୍ଞାନସମ୍ମତ ସର୍ଭେ କରି ରିପୋର୍ଟ ଦାଖଲ ଲାଗି ବାରାଣସୀ ଜିଲା ଅଦାଲତ ସୋମବାର ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ଆଉ ଏକ ସପ୍ତାହ ସମୟ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୮କୁ ଧାର୍ଯ୍ୟ ହୋଇଛି। ସର୍ଭେ ରିପୋର୍ଟ ଦାଖଲ ପାଇଁ ଜିଲା ଜଜ୍‌ ଏ.କେ. ବିଶ୍ୱେଷ ଇତିମଧ୍ୟରେ ୬ ଥର ସମୟସୀମା ବଢ଼ାଇ ସାରିଲେଣି। ଅଧିକ୍ଷଣ ପ୍ରତ୍ନତତ୍ତ୍ୱବିଦ୍‌ଙ୍କ ଅସୁସ୍ଥତା କାରଣରୁ ସୋମବାର ରିପୋର୍ଟ ଦାଖଲ ପାଇଁ ଏଏସ୍‌ଆଇ ଅକ୍ଷମତା ପ୍ରକାଶ କରିବା ସହ ଅଧିକ ସମୟ ମାଗିଥିଲା। ପୂର୍ବରୁ ସେପ୍ଟେମ୍ବର ୬, ଅକ୍ଟୋବର ୫, ନଭେମ୍ବର ୨, ୧୭ ଏବଂ ୩୦ରେ ଅଦାଲତ ଏଏସ୍‌ଆଇକୁ ସର୍ଭେ ଶେଷ କରି ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ଦେଇଥିଲେ।

Share