Categories: ଜାତୀୟ

ଜ୍ଞାନବ୍ୟାପି ମସଜିଦରେ ଶିବଲିଙ୍ଗ ନାହିଁ: ଓୱାଇସି

ବାରାଣସି,୧୭ ।୫: ବାରାଣସୀର ଜ୍ଞାନବ୍ୟାପି ମସିଜିଦ ସର୍ଭେର ଶେଷ ଦିନରେ ଅର୍ଥାତ୍ ସୋମବାର ହିନ୍ଦୁ ପକ୍ଷରୁ ୧୨ ଫୁଟ ଉଚ୍ଚ ଓ ୮ ଇଞ୍ଚ ଲମ୍ବା ଶିବଲିଙ୍ଗ ମିଳିଥିବା ଦାବି କରାଯାଇଛି । ଏହାସହ ଯେଉଁଠାରୁ ଶିବଲିଙ୍ଗ ମିଳିଛି ସେହି ସ୍ଥାନକୁ କୋର୍ଟ ପକ୍ଷରୁ ସିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚି ସାରିଛି । ତେବେ ଜ୍ଞାନବ୍ୟାପି ମସଜିଦ ସର୍ଭେ ବିରୋଧରେ ମୁସଲିମ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଉପରେ ମଙ୍ଗଳବାର ଶୁଣାଣି କରାଯିବ ।
ଇତିମଧ୍ୟରେ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଜ୍ଞାନବ୍ୟାପି ମସଜିଦ ସର୍ଭେକୁ ନେଇ କନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଟୁଇଟ କରି କହିଛନ୍ତି ଯଦି ଇତିହାସ କଥା କୁହାଯାଉଛି, ତେବେ ବେକାରି, ମହଙ୍ଗା ମାଡ ଆଦି ପାଇଁ ଔରଙ୍ଗଜେବ ଦାୟୀ । ପ୍ରଧାନମନ୍ତ୍ରୀ ମୋଦି ନୁହେଁ । ଆଉ ଏକ ଟୁଇଟରେ ଓୱାଇସି ଜ୍ଞାନବ୍ୟାପି ମସଜିଦରେ ଥିବା ଶିବଲିଙ୍ଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଜାରି କରିଥିବା ଏକ ଭିଡିଓରେ ପ୍ରଶ୍ନ କରିଛନ୍ତି, ମସଜିଦ କମିଟି କହୁଛି ଏହା ଶିବଲିଙ୍ଗ ନୁହେଁ ଫୱାର, ଯାହା ସବୁ ମସଜିଦରେ ଥାଏ । ଯଦି ଶିବଲିଙ୍ଗ ମିଳିଲା ତେବେ କୋର୍ଟ କମିଶନରଙ୍କୁ ଏହା କହିବାର ଥିଲା ।

Share