Categories: ଜାତୀୟ

ଜ୍ଞାନବ୍ୟାପୀ ସର୍ଭେ ମାମଲାର ଶୁଣାଣି ଶେଷ, ଅଗଷ୍ଟ ୩ରେ ଆସିବ ରାୟ

ବାରାଣସୀ,୨୭।୭: ବାରାଣସୀ ସ୍ଥିତ ଜ୍ଞାନବ୍ୟାପୀ ମସଜିଦ ପରିସରର ବୈଜ୍ଞାନିକ ସର୍ଭେ ମାମଲାରେ ଆହ୍ଲାବାଦ କୋର୍ଟର ମୁଖ୍ୟ ବିଚାରପତି ପ୍ରିତିଙ୍କର ଦିବାକର ଗୁରୁବାର ଏହାର ଶୁଣାଣି ଶେଷ କରିଛନ୍ତି। ଅପରାହ୍ନ ପ୍ରାୟ ସାଢେ ୫ଟାରେ ଶୁଣାଣି ଶେଷ କରି ସେ କହିଥିଲେ କି ଅଗଷ୍ଟ ୩ରେ ଏହାର ରାୟ ଆସିବ। ସେବେ ପର୍ଯ୍ୟନ୍ତ ସର୍ଭେ ଉପରେ ରୋକ ଲାଗିବ। ଏହା ପୂର୍ବରୁ ମନ୍ଦିର ଓ ମସଜିଦ ପକ୍ଷ ମଧ୍ୟରେ ଖୁବ ଟଣାଭିଡା ହୋଇଥିଲା। ଏଥିରେ ବୌଧିକ ତଥ୍ୟ ସହ ଐତିହାସିକ ତଥ୍ୟ ରଖାଯାଇଥିଲା।

ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେ ଏବଂ ରାଜ୍ୟ ସରକାର ସେମାନଙ୍କ ପକ୍ଷ ଉପସ୍ଥାପନ କରିଛି। ମନ୍ଦିର ପକ୍ଷର ଆଡଭୋକେଟ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ ମନ୍ଦିର ଶିଖରକୁ ଗୋବର ଏବଂ ଜ୍ୟୋର୍ତିଲିଙ୍ଗକୁ ଏକ ନୂତନ ନିର୍ମାଣ ସହିତ ଆଚ୍ଛାଦିତ କରିଛି। ମେ ୧୬,୨୦୨୨ରେ ଆଡଭୋକେଟ କମିଶନର ଏହି ସର୍ଭେ କରିଥିଲେ। ଏଥିରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା। ସ୍ତମ୍ଭ ଉପରେ ଏକ ସ୍ବସ୍ତିକା ଅଛି, ଏକ ହିନ୍ଦୁ ମନ୍ଦିରର ପ୍ରତୀକ ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ ଏଏସଆଇ ନିକଟରେ ଇନଷ୍ଟ୍ରୁମେଣ୍ଟ ଅଛି, ଯାଞ୍ଚ କରିପାରିବେ। ସେମାନଙ୍କର ବିଶେଷଜ୍ଞ ଇଞ୍ଜିନିୟର ଅଛନ୍ତ। ରାମ ମାଣ୍ଡିର ମାମଲାରେ ଏହା କରାଯାଇଥିଲା। ମସଜିଦ ପକ୍ଷ ଦୋହରାଇଛି ଯେ ପୂଜାପାଠ ଅଧିନିୟମ, ୧୯୯୧ ଅନୁଯାୟୀ ଏହି ମାମଲା ରକ୍ଷଣାବେକ୍ଷଣଯୋଗ୍ୟ ନୁହେଁ। ପରିବର୍ତ୍ତନ ପ୍ରତିବନ୍ଧିତ।

Share