Categories: ଜାତୀୟ

ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲା ମୁସଲିମ ପକ୍ଷ

ନୂଆଦିଲ୍ଲୀ,୩।୮: ଜ୍ଞାନବାପି ସର୍ଭେ ଉପରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ମୁସଲିମ ପକ୍ଷର ଓକିଲ ନିଜାମ ପାଶା ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଏଏସ୍‌ଆଇ ସର୍ଭେ ରୋକିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ଆମେ ତୁରନ୍ତ ବିଚାର ପାଇଁ ଏକ ଇମେଲ ପଠାଇଛୁ। ଯେଉଁଥିରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ସେ ଏହାକୁ ବିଚାର କରି ଖୁବ୍‌ଶୀଘ୍ର ଆଦେଶ ଦେବେ। ଅନ୍ୟପକ୍ଷରେ ହିନ୍ଦୁ ପକ୍ଷ ତରଫରୁ ଆବେଦନକାରୀ ରାଖୀ ସିଂ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଏକ କେବିଏଟ୍‌ ଦାଖଲ କରିଛନ୍ତି।

ହିନ୍ଦୁ ପକ୍ଷ ଦାବି କରିଛନ୍ତି ଯେ, ହିନ୍ଦୁ ପକ୍ଷ ଶୁଣିବା ବିନା ମୁସଲିମ ପକ୍ଷର ଆବେଦନ ଉପରେ କୌଣସି ଆଦେଶ ଦିଆ ନ ଯାଉ। ନିକଟରେ ଆହ୍ଲାବାଦ ହାଇକୋର୍ଟ ଜ୍ଞାନବାପି ପରିସର ସର୍ଭେ ବିରୋଧରେ ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ ଖାରଜ କରିଦେଇଛନ୍ତି। ଯାହା ଫଳରେ ମୁସଲିମ ପକ୍ଷ ଏକ ବଡ଼ ଝଟକା ଲାଗିଛି ।

Share