Categories: ଜାତୀୟ

ଜ୍ଞାନବ୍ୟାପୀ ପରିସରରେ ଏଏସ୍‌ଆଇ ସର୍ଭେ ଉପରେ ରୋକ ବଳବତ୍ତର: ଗୁରୁବାର ହେବ ପୁଣି ଶୁଣାଣି

ଆହ୍ଲାବାଦ୍‌,୨୬।୭: ବାରାଣସୀର ବିବାଦୀୟ ଜ୍ଞାନବ୍ୟାପୀ କମ୍ପ୍ଲେକ୍ସର ଏଏସ୍‌ଆଇ ସର୍ଭେ ଉପରେ ଲାଗିଥିବା ରୋକ ବଳବତ୍ତର ରହିଛି। ଗୁରୁବାର ଅପରାହ୍ନ ୩.୩୦ରେ ଆହ୍ଲାବାଦ ହାଇକୋର୍ଟରେ ଏହାର ଶୁଣାଣି ହେବ। ଶୁଣାଣି ପର୍ଯ୍ୟନ୍ତ ଏହି ରୋକ ବଳବତ୍ତର ରହିବ। ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସର ଏଏସ୍‌ଆଇ ସର୍ଭେ ଉପରେ ସୁପ୍ରିମକୋର୍ଟଙ୍କ ରୋକ ଜୁଲାଇ ୨୬ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରୋକ ଲଗାଇଥିଲେ।
ବାରାଣସୀରେ ଅବସ୍ଥିତ ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସରେ ହୋଇଥିବା ସର୍ଭେ ସମ୍ପୂର୍ଣ୍ଣ ରୋକିବାକୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟିର ଆବେଦନ ଉପରେ ଆହ୍ଲାବାଦ ହାଇକୋର୍ଟ ବୁଧବାର ଶୁଣାଣି ଆରମ୍ଭ କରି ଉଭୟ ପକ୍ଷ ଶୁଣି ରୋକ ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିଥିଲେ।

Share