ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ଘରେ ବସି ନିଜର ଜ୍ଞାନକୌଶଳ ପ୍ରୟୋଗ କରି ବେଶ୍ ଆରାମରେ ଗହମ ପେଷୁଛନ୍ତି। ସେ ନିଜ ଜିମ୍ ସାଇକେଲ ସାହାଯ୍ୟରେ ଏହି ଗହମ ପେଷୁଛନ୍ତି। ଏକା ସମୟରେ ସେ ଦୁଇଟି କାମ କରୁଛନ୍ତି। ବ୍ୟାୟାମ ସାଙ୍ଗକୁ ଗହମ ପେଷା। ଭିଡିଓଟିକୁ ୟୁଜରମାନେ ଖୁବ୍ ପସନ୍ଦ କରିଛନ୍ତି। ଆଇଏଏସ୍ ଅବନୀଶ ଶରଣ ଭିଡିଓଟିକୁ ତାଙ୍କ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି।
ग़ज़ब का आविष्कार. काम भी और कसरत भी. कॉमेंट्री भी शानदार. 👌👍
VC: SM pic.twitter.com/Lg3HBCabzo— Awanish Sharan (@AwanishSharan) August 29, 2020
ଭିଡିଓରେ ଦେଖିବାକୁ ମିଳିଛି ଯେ, ମହିଳା ଜିମ୍ ସାଇକେଲରୁ ଗହମ ଗ୍ରାଇଣ୍ଡିଂ କରୁଛନ୍ତି। ସେ ପ୍ୟାଡେଲ ମାରିବା ମାତ୍ରେ ଗହମ ଗ୍ରାଇଣ୍ଡିଂ ହେଉଛି। ମହିଳା ଜଣକ ବ୍ୟାୟାମ ସହିତ ପାର୍ଶ୍ୱରେ ଚମତ୍କାର କାର୍ଯ୍ୟ କରିଥିଲେ। ଭିଡିଓ ଶେୟାର କରି ଆଇଏଏସ ଅଧିକାରୀ କ୍ୟାପ୍ଶନରେ ଲେଖିଛନ୍ତି, ‘ଗଜବ ଉଦ୍ଭାବନ’। କାମ ଏବଂ ବ୍ୟାୟାମ ଏକା ସାଙ୍ଗରେ। ଭିଡିଓଟିକୁ ଲକ୍ଷାଧିକ ଲୋକ ଦେଖିବା ସହ ଭିନ୍ନ ଭିନ୍ନ ମନ୍ତବ୍ୟ ମଧ୍ୟ ପ୍ରଦାନ କରିଛନ୍ତି।