Categories: ଖେଳ

କୋହଲିଙ୍କ ପ୍ରଶଂସା କରି ଭାରତୀୟଙ୍କ ହୃଦୟ ଜିତିଲେ ପାକିସ୍ତାନର ଏହି ଯୁବତୀ, ଭାଇରାଲ ହେଉଛି…

ପାଲେକେଲ,୫।୯: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ରହିଛନ୍ତି। ଚିର ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ପାକିସ୍ତାନରେ ମଧ୍ୟ ତାଙ୍କୁ ନେଇ ଭିନ୍ନ କ୍ରେଜ୍‌ ରହିଛି। ଏହାର ସଦ୍ୟତମ ଉଦାହରଣ ସେପ୍ଟେମ୍ବର ୨ରେ ଖେଳାଯାଇଥିବା ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌ରେ ଦେଖିବାକୁ ମିଳିଛି। ଉଭୟ ଦେଶର କ୍ରିକେଟ ପ୍ରଶଂସକ ଏହି ମୁକାବିଲାକୁ ଦେଖିବାକୁ ଚାହିଁ ରହିଥିଲେ। ବର୍ଷା ଯୋଗୁ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲେ ହେଁ ଷ୍ଟାଡିୟମ ବାହାରେ ଏଭଳି ଏକ ଘଟଣା ହୋଇଥିଲା ଯାହାକି ପ୍ରତି ଭାରତୀୟଙ୍କ ହୃଦୟ ଛୁଉଁଛି। ଏଠାରେ ଜଣେ ପାକିସ୍ତାନୀ ଯୁବତୀ ନିଜକୁ ବିରାଟଙ୍କ ବଡ଼ ପ୍ରଶଂସକ କହିବା ସହ ତାଙ୍କର ଭୂରି ପ୍ରଶଂସା କରିଛନ୍ତି। ଏହାର ଭିଡିଓ ବେଶ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଯୁବତୀଙ୍କୁ ବାବର ଏବଂ କୋହଲିଙ୍କ ମଧ୍ୟରୁ ପସନ୍ଦର କ୍ରିକେଟର କିଏ ବୋଲି ପଚରାଯିବାରେ ସେ କୋହଲିଙ୍କ ନାମ ନେଇଛନ୍ତି। କେବଳ ତାଙ୍କୁ ଦେଖିବାକୁ ସେ ଆସିଥିଲେ। ସେ ପାକିସ୍ତାନ ବିପକ୍ଷରେ ଶତକ ମାରିବେ ବୋଲି ଆଶା କରୁଥିଲି। ହେଲେ ହୋଇପାରିଲା ନାହିଁ। ପରେ ଭାରତକୁ ସମର୍ଥନ କରନ୍ତି ପ୍ରତିକ୍ରିୟାରେ ସେ କହିଥିଲେ ‘ ପଡୋଶୀମାନଙ୍କୁ ଭଲପାଇବା ଖରାପ କଥା ନୁହେଁ। ’ଏବେ ଯୁବତୀଙ୍କ କଥା ବେଶ ଭାଇରାଲ ହେଉଛି।

ତାଙ୍କ ନାମ ଫିଜା ଖାନ୍‌ ବୋଲି ଜଣାପଡ଼ିଛି। ସେ ଜଣେ ଟିକ୍‌ଟକ ସେନ୍‌ସେଶନ ସହ ଫ୍ୟାଶନ ମଡେଲ, ବ୍ଲଗର ଏବଂ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର। ଇନଷ୍ଟାଗ୍ରାମରେ ତାଙ୍କର ୨.୨ ମିଲିୟନ ଫଲୋଅର୍ସ ରହିଛି।

Share