Categories: ଜାତୀୟ

ଚିନ୍ତା ବଢାଇଲାଣି ଏଚ୍‌୩ଏନ୍‌୨ ଇନ୍‌ଫ୍ଲଏଞ୍ଜା ଭାଇରସ: ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୫।୩: ଦେଶରେ ଏବେ ଚିନ୍ତା ବଢାଇଲାଣି ଏଚ୍‌୩ଏନ୍‌୨ ଇନ୍‌ଫ୍ଲଏଞ୍ଜା ଭାଇରସ। ଗୋଟିଏ ପରେ ଗୋଟିଏ ରାଜ୍ୟରେ ଏହି ଭାଇରସ ବ୍ୟାପିବାରେ ଲାଗିଛି। ହରିୟାଣାର ଯମୁନାନଗରରେ ଏଚ୍‌୩ଏନ୍‌୨ ଭାଇରସର ୫ଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।ଏହି ମାମଲାରେ ଏବେ ସୁଦ୍ଧା ଦେଶରେ ୭ ଜଣଙ୍କର ମୃତ୍ୟୁ ହୋଇସାରିଛି।

ଏହା ସହିତ ସମସ୍ତ ରାଜ୍ୟରେ ପର୍ଯ୍ୟାପ୍ତ ଭେଣ୍ଟିଲେଟର ଏବଂ ତାଲିମପ୍ରାପ୍ତ କର୍ମଚାରୀ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପିପିଇ କିଟ୍‌, ମାସ୍କ, ରିଜେଣ୍ଟ କିଟ୍‌,କାଶ ସିରପ ପରି ଔଷଧ ମହଜୁଦ ରଖିବାକୁ କୁହାଯାଇଛି। ତେବେ ଗୁରୁତର ରୋଗରେ ପୀଡିତ ଥିବା ଲୋକ ଅଦିକ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

Share