Categories: ଖେଳ

ହବିବୁଲ ବସାରଙ୍କୁ କରୋନା

ଢାକା:ବାଂଲାଦେଶର ପୂର୍ବତନ ଅଧିନାୟକ ହବିବୁଲ୍‌ ବସାର କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍‌ ଟେଷ୍ଟରେ ତାଭ୍କର ପଜିଟିଭ ଆସିଛି। ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ବସାର ବର୍ତ୍ତମାନ ଜାତୀୟ ଚୟନକର୍ତ୍ତା ଅଛନ୍ତି। ନିକଟରେ ଟେଷ୍ଟ ଅଧିନାୟକ ମୋମିନୁଲ ହକ୍‌ ଏବଂ ଅଲ୍‌ରାଉଣ୍ଡର ମହମୁଦୁଲ୍ଲା କରୋନା ସଂକ୍ରମିତ ହୋଇଛନ୍ତି। ୪୮ ବର୍ଷୀୟ ବସାର ତାଙ୍କ ଦେଶ ପାଇଁ ୫୦ ଟେଷ୍ଟ ଏବଂ ୧୧୧ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି। ଗତ କିଛି ମାସ ହେଲା ସେ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଟ୍ରେନିଂ ଓ ମ୍ୟାଚ୍‌ ବେଳେ ସେ ନିୟମିତ ଉପସ୍ଥିତ ରହୁଥିଲେ। ଚଳିତମାସ ପରବର୍ତ୍ତିଭାଗରେ ହେବାକୁଥିବା ବଙ୍ଗବନ୍ଧୁ ଟି୨୦ କପ୍‌ ବେଳକୁ ସେ ସୁସ୍ଥ ହୋଇଯାଇଥିବେ ବୋଲି କହିଛନ୍ତି। କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ବାଂଲାଦେଶର ଅନ୍ୟ କେତେଜଣ ଷ୍ଟାର ହେଲେ ମାଶ୍ରାଫି ମୋର୍ତାଜା, ଅବୁ ଜୟେଦ ଏବଂ ସୈଫ୍‌ ହସନ୍‌।

Share