Alert: ଟୁଥବ୍ରଶ୍‌କୁ ହ୍ୟାକ୍‌ କରୁଛନ୍ତି ସାଇବର କ୍ରିମିନାଲ, ଜାଣନ୍ତୁ ପୁରା ମାମଲା

ଏବେ ବଜାରରେ ଟୁଥବ୍ରଶ୍‌ ବ୍ୟତୀତ ସ୍ମାର୍ଟ ଟୁଥବ୍ରଶ୍‌ ମଧ୍ୟ ବିକ୍ରି ହେଉଛି। ପ୍ରଥମେ ଦାନ୍ତକାଠି, କରଞ୍ଜି କାଠି ଠାରୁ ଆରମ୍ଭ କରି ଲୋକେ ବ୍ରଶ୍‌ ବ୍ୟବହାର କରୁଥିଲେ। କିନ୍ତୁ ବିଜ୍ଞାନକୁ ତାଳ ଦେଇ ଏବେ ସ୍ମାଟ ଟୁଥବ୍ରଶ୍‌ ମଧ୍ୟ ବଜାରରେ ଉପଲବ୍ଧ। ନୂଆ ଟେକ୍ନୋଲଜିରେ ଏହା ବିଭିନ୍ନ ସାହାଯ୍ୟ ମଧ୍ୟ କରୁଛି। କିନ୍ତୁ କେବେ ଟୁଥବ୍ରଶ୍‌ ହ୍ୟାକ୍‌ ହେବା କଥା ଶୁଣିଛନ୍ତି କି? ଆଶ୍ଚଯ୍ୟ ଲାଗୁଥିଲେ ବି ସତ। ଏବେ ମୋବାଇଲ, ଲ୍ୟାପଟପ ଆଦି ଇଲୋକ୍ଟ୍ରନିକ ଗ୍ୟାଜେଟ ପରେ ସାଇବର କ୍ରମିନାଲଙ୍କ ନଜର ରହିଛି ଆପଣଙ୍କ ଟୁଥବ୍ରଶ୍‌ ଉପରେ। ଘରର ଗୋଟିଏ କଣରେ ପଡି ରହୁଥିବା ଏହି ଜିନିଷ, ଦିନକୁ ଜମା ୨ ଥର ବ୍ୟବହାର ହେଉଥିବା ଜିନିଷ ଦ୍ୱାରା ସାଇବର କ୍ରିମିନାଲମାନେ ମଧ୍ୟ ହ୍ୟାକ୍‌ କରିବାକୁ ଚେଷ୍ଟା କଲେଣି। ତେବେ ଆସନ୍ତୁ ଜାଣିବା ପୁରା ମାମଲା।

gadgets 360ଂ ର ରିପୋର୍ଟ ଅନୁଯାୟୀ, ସାଇବର କ୍ରିମିନାଲମାନେ ଏବେ ପର୍ଯ୍ୟନ୍ତ ୩୦ଲକ୍ଷ ସ୍ମାର୍ଟ ଟୁଥବ୍ରଶ୍‌ ହ୍ୟାକ୍‌ କରି ସାରିଛନ୍ତି। ସ୍ମାର୍ଟ ଟୁଥବ୍ରଶ୍‌କୁ ଏହି ସାଇବର ଅପରାଧୀମାନେ ବିଜନେସ କମ୍ପାନୀଙ୍କ ବିରୋଧରେ ହତିଆର ଭଳି ବ୍ୟବହାର କରିଛନ୍ତି। ଏହାକୁ ବ୍ୟବହାର କରି ସେମାନେ ଅନଲାଇନ ସର୍ଭିସ ଯୋଗାଉଥିବା ଏକ ଓ୍ବେବସାଇଟକୁ ହ୍ୟାକ୍‌ କରି ସାଇଟ୍‌କୁ କ୍ରାସ୍‌ କରିଦେଇଛନ୍ତି।

ରିପୋର୍ଟ ଅନୁସାରେ, ସାଇବର କ୍ରିମିନାଲମାନେ ଅପ୍ରାତ୍ୟଶିତ ଭାବେ ସାଇବର ଆଟାକ୍‌ କରିଛନ୍ତି। ପ୍ରଥମେ ସାଇବର କ୍ରମିନାଲମାନେ ସ୍ବାର୍ଟ ଟୁଥବ୍ରଶ୍‌କୁ ମାଲଓ୍ବେର ପଠାଇଥିଲେ। ପରେ ସ୍ବିସ କମ୍ପାନୀର ଏକ ଓ୍ବେସାଇଟ୍‌ ଡିନାୟଲ-ଅଫ୍‌-ସର୍ଭିସକୁ ଆଟାକ୍‌ କରିଥିଲେ। ଏପରି କରିବାର କେଇ ଘଣ୍ଟା ମଧ୍ୟରେ ଓ୍ବେବସାଇଟ୍‌ କ୍ରାଶ୍‌ ହୋଇଯାଇଥିଲା। ଯାହାଯୋଗୁ ଏହି କମ୍ପାନୀ ବଡ କ୍ଷତି ସହିବାକୁ ପଡିଲା।

ଏପରି ଘଟଣା ଘଟିବା ପରେ ସାଇବର ସିକ୍ୟୁରିଟି ଚିନ୍ତାବ୍ୟକ୍ତ କରିଛନ୍ତି। ଇଣ୍ଟରନେଟ ଦ୍ୱାରା କନେକ୍ଟ ହେଉଥିବା ଯେକୌଣସି ଡିଭାଇସ ଦ୍ୱାରା ସାଇବର କ୍ରିମିନାଲମାନେ ଆଗକୁ ଆହୁରି ବିଜନେସ ସାଇଟ୍‌କୁ ଆଟାକ୍‌ କରିପାରନ୍ତି। ସାଇବର ସିକ୍ୟୁରିଟି ଫର୍ମ ଫର୍ଟିନେଟ୍‌ର ସ୍ବିସ୍‌ ବ୍ରାଞ୍ଚ ଏହି ଘଟଣା ପରେ ସମସ୍ତଙ୍କୁ ଆଲର୍ଟ କରିବା ସହ ଇଣ୍ଟରନେଟ୍‌ ସହ ଜଡିତ ଡିଭାଇସକୁ ଦେଖିରଖି ବ୍ୟବହାର କରିବାକୁ ପରାମର୍ଶ ଦେଇଛି।

Share