ଅନେକ ହିରୋଙ୍କ ସହ ଥିଲା ପ୍ରେମ ସମ୍ପର୍କ, ଏବେ ଏକା ଚାଲୁଛନ୍ତି ବାଟ

ମୁମ୍ବାଇ: କୁହାଯାଏ, ପ୍ରକୃତ ପ୍ରେମ ସହଜରେ ମିଳି ନ ଥାଏ। ଆଉ ଯାହାଙ୍କୁ ମିଳିଯାଏ ତାଙ୍କ ପ୍ରେମ ସଫଳ ହୋଇଥାଏ। ବଲିଉଡ୍‌ ଫିଲ୍ମରେ ୩ ଘଣ୍ଟା ମଧ୍ୟରେ ଆମେ ଅନେକ ଥର ଦେଖିଥାଉ ଜଣେ ଅଭିନେତ୍ରୀ ତାଙ୍କ ହିରୋଙ୍କ ପ୍ରେମ ପାଇବା ପାଇଁ ବହୁ ପରିଶ୍ରମ କରିଥାନ୍ତି। କେବେ ପ୍ରେମରେ ସଫଳତା ପାଇଥାନ୍ତି ତ କେବେ ବିଫଳତା। ବାସ୍ତବ ଜୀବନରେ ମଧ୍ୟ କିଛି ସେଲିବ୍ରିଟିଙ୍କ କ୍ଷେତ୍ରରେ ସେପରି ଘଟିଛି। ପ୍ରେମ ଜୀବନରେ ବିଫଳ ହୋଇ ଏକା ଏକା ବାଟ ଚାଲୁଛନ୍ତି। ଏହି ସେଲିବ୍ରିଟିଙ୍କ ମଧ୍ୟରୁ କଙ୍ଗନା ରାଣାଓ୍ବତ ହେଉଛନ୍ତି ଜଣେ।

କଙ୍ଗନାଙ୍କର ହ୍ରିତିକ୍‌ ରୋଶନ, ଆଦିତ୍ୟ ପାଞ୍ଚୋଲି, ଆଦ୍ୟନ ସୁମନଙ୍କ ସହ ସମ୍ପର୍କ ଥିଲେ ମଧ୍ୟ କୌଣସି କାରଣକୁ ନେଇ ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା। ସେବେଠାରୁ ସେ ଆଉ କାହାକୁ ଭଲ ପାଇପାରିନାହାନ୍ତି। ଯାହା କଙ୍ଗନା ନିଜେ କହିଛନ୍ତି।

Share