Categories: ଫୁରସତ

୫ ମାସ ହେବ ହେଉଥିଲା ପ୍ରବଳ ମୁଣ୍ଡବିନ୍ଧା,ଡାକ୍ତରଙ୍କ ପାଖକୁ ଯିବାରୁ ମୁଣ୍ଡ ଭିତରୁ ବାହାରିଲା…

ଭିଏତନାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ପ୍ରାୟ ପାଞ୍ଚ ମାସ ଧରି ପ୍ରବଳ ମୁଣ୍ଡବିନ୍ଧାର ଶିକାର ହୋଇଥିଲେ। ସେ ଗତ ନଭେମ୍ବର ୨୫ରେ ଚିକିତ୍ସା ପାଇଁ ଡୋଙ୍ଗ ହୋଇର କ୍ୟୁବା ଫ୍ରେଣ୍ଡସିପ ହସ୍ପିଟାଲରେ ପହଞ୍ଚିଥିଲେ। ପ୍ରବଳ ମୁଣ୍ଡବ୍ୟଥା ହେବା ସହ ତରଳ ପଦାର୍ଥ ନିର୍ଗତ ହେବା ନେଇ ସେ ଡାକ୍ତରଙ୍କୁ କହିଥିଲେ।
ସିଟି ସ୍କାନ କରିବା ପରେ ଜଣାପଡିଥିଲା ଯେ, ବ୍ୟକ୍ତି ଜଣକ ଟେନସନ ନିମୋସେଫାଲସ ରୋଗରେ ପୀଡିତ। ଏହି ବିରଳ ସ୍ନାୟୁଗତ ଅବସ୍ଥା ଇଣ୍ଟାକ୍ରାନିଆଲ ଚାପର ବିପଜ୍ଜନକ ବୃଦ୍ଧି ଦ୍ୱାରା ହୋଇଥାଏ। ପରବର୍ତ୍ତୀ ଯାଞ୍ଚର ବ୍ୟକ୍ତିର ଲକ୍ଷଣର ଏକ ଅସାଧାରଣ କାରଣ ପ୍ରକାଶ ପାଇଲା। ଏକ ଯୋଡା ଚପ୍‌ଷ୍ଟିକ (chopsticks) ତାଙ୍କ ନାକ ବାଟେ ମସ୍ତିଷ୍କରେ ପହଞ୍ଚିଥିଲା।
ପ୍ରାରମ୍ଭରେ ତାଙ୍କ ମସ୍ତିଷ୍କରେ ଚପଷ୍ଟିକ୍ସର ଉପସ୍ଥିତି ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ବ୍ୟକ୍ତି ଜଣକ ପାଞ୍ଚ ମାସ ପୂର୍ବରୁ ଭିଏତନାମରେ ମଦ୍ୟପାନ କରିବା ସମୟରେ ଝଗଡା କରିଥିବା କଥା ମନେ ପଡିଥିଲା। ସେଠାରେ ଘଟିଥିବା ଝଗଡା ବିଷୟରେ ସେ କିଛି ସ୍ପଷ୍ଟ ଭାବରେ ମନେ ରଖିପାରି ନ ଥିଲେ, କିନ୍ତୁ ଏକ ଅଜ୍ଞାତ ବସ୍ତୁ ସହିତ ମୁହଁରେ ଆଘାତ ହେବାର ତାଙ୍କର ଅସ୍ପଷ୍ଟ ସ୍ମୃତି ଥିଲା।
ସୌଭାଗ୍ୟବଶତଃ ନାକ ମାଧ୍ୟମରେ କରାଯାଇଥିବା ଏଣ୍ଡୋସ୍କୋପିକ ସର୍ଜରୀ ମାଧ୍ୟମରେ ଡାକ୍ତରମାନେ ଚପଷ୍ଟିକ୍‌କୁ ସଫଳତାର ସହ ବାହାର କରିବାରେ ସକ୍ଷମ ହୋଇଥିଲେ। କୁହାଯାଉଛି ଯେ, ରୋଗୀର ଅବସ୍ଥା ସ୍ଥିର ଅଛି ଏବଂ ସେ ଖୁବ୍‌ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ ହେବେ।

 

Share