Categories: ଜାତୀୟ

ଯୋଜନା ପରିବର୍ତ୍ତନ ହୋଇ ନ ଥିଲେ, ସେନାରେ ଥାଆନ୍ତି: ଶିନ୍ଦେ…

ମୁମ୍ବାଇ,୬।୫ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି, ଯଦି ଟ୍ରେନିଂ ନେବାକୁ ଯାଉଥିବା ସମୟରେ ସେ ନିଜ ଯୋଜନା ପରିବର୍ତ୍ତନ କରି ନ ଥାନ୍ତେ, ତେବେ ସେ ହୁଏତ ଭାରତୀୟ ସେନାରେ କାର୍ଯ୍ୟ କରୁଥାନ୍ତେ। ତେବେ ତାଙ୍କ ନିଷ୍ପତ୍ତି ନେଇ ସେ ଆଦୌ ଦୁଃଖିତ ନୁହନ୍ତି ବୋଲି ୫୯ ବର୍ଷିୟ ନେତା କହିଛନ୍ତି॥

ଶିନ୍ଦେ ଭାରତୀୟ ସେନାରେ ମନୋନୀତ ହୋଇଥିଲେ ଏବଂ ତାଙ୍କୁ ତାଲିମ ପାଇଁ ଲକ୍ଷ୍ନୌଯିବାକୁ ପଡିଥିଲା। ଲକ୍ଷ୍ନୌଅଭିମୁଖେ ଯିବାବେଳେ ସେ ତାଙ୍କ ବନ୍ଧୁ ହରି ପରମାରଙ୍କ ନିମନ୍ତ୍ରଣକୁ ମନେ ପକାଇଲେ ସେଥି ଲାଗି ତାଙ୍କୁ ହରିୟାଣାର ରୋହତକ ଯିବାକୁ ପଡିଲା।

ଶିନ୍ଦେ ତାଙ୍କ ମାର୍ଗ ବଦଳାଇ ଦିଲ୍ଲୀରୁ ରୋହତକରେ ପହଞ୍ଚିଥିଲେ। ପ୍ରାୟ ତିନିରୁ ଚାରି ଦିନ ପରେ ସେ ଟ୍ରେନିଂ ପାଇଁ ରୋହତକରୁ ଲକ୍ଷ୍ନୌରେ ପହଞ୍ଚିଥିଲେ୍‌। ସେଠାରେ ତାଙ୍କୁ କୁହାଯାଇଥିଲା , ତାଙ୍କ ବସ ମିସ ହୋଇଛି ଏବଂ ତାଙ୍କୁ ବର୍ତ୍ତମାନ ତାଲିମ ପାଇଁ ଏକ ନୂତନ ୱାରେଣ୍ଟ ଆଣିବାକୁ ପଡିବ ।

ଯେତେବେଳେ ସେ ମୁମ୍ବାଇ ଫେରିଥିଲେ ସେତେବେଳେ ଚାରିଆଡେ ଦଙ୍ଗା ବ୍ୟାପି ଯାଇଥିଲା। ସେ ରାଜନୀତିରେ ଭାଗ୍ୟ ପରୀକ୍ଷା କରିବାକୁ ଚିନ୍ତା କରିଥିଲେ।

ତାଙ୍କର ବ୍ୟସ୍ତବହୁଳ ସାମାଜିକ ତଥା ରାଜନୈତିକ କାର୍ଯ୍ୟ ଯୋଗୁ ସେ ନିଜ ପରିବାରକୁ ଅଧିକ ସମୟ ଦେଇ ପାରନ୍ତି ନାହିଁ।

ସେ ହୁଏତ ଭାରତୀୟ ସେନାରେ ସେବା କରିନାହାଁନ୍ତି କିନ୍ତୁ ସେ ଜଣେ ଶିବ ସୈନିକ। ଏକ ସାକ୍ଷାତକାରରେ ଶିନ୍ଦେ ନିଜର କ୍ୟାରିୟର କାହାଣୀ ବଖାଣି ଏଭଳି କହିଛନ୍ତି।

 

Share