ହାଫିଜ୍‌ ସୟିଦଙ୍କୁ ୧୫ ବର୍ଷ ଜେଲ

ଇସ୍‌ଲାମାବାଦ,୨୬।୧୨: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି)ର ନେତା ହାଫିଜ୍‌ ସୟିଦଙ୍କୁ ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ୧୫ ବର୍ଷରୁ ଊର୍ଦ୍ଧ୍ୱ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ଅନ୍ୟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଗତବର୍ଷଠାରୁ ଜେଲ୍‌ରେ ଥିବା ସୟିଦଙ୍କ ବିରୋଧରେ ୩ଟି ମାମଲାର ରାୟ ପ୍ରକାଶ ପାଇଛି। ତାଙ୍କ ବ୍ୟତୀତ ହାଫିଜ୍‌ ହବଦୁଲ ସଲାମ, ଜାଫର ଇକ୍‌ବାଲ, ମହମ୍ମଦ ଅଶ୍ରଫ ଏବଂ ୟାହ୍ୟା ମୁଜାହିଦ୍‌ଙ୍କୁ ୧୫ ବର୍ଷ ୬ ମାସ ଲେଖାଏ ଜେଲ୍‌ଦଣ୍ଡ ହୋଇଛି। ସେହିପରି ହାଫିଜ୍‌ ଅବଦୁଲ ରେହମାନ ମାକ୍କିଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ମିଳିଛି। ଜେଲ୍‌ଦଣ୍ଡ ସମେତ ଅପରାଧୀମାନେ ୨ ଲକ୍ଷ ଟଙ୍କା ଲେଖାଏ ଜରିମାନା ପୈଠ କରିବେ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ନଭେମ୍ବର ୧୯ରେ ସୟିଦ ଓ ଅନ୍ୟ ୩ ଜଣଙ୍କୁ ଦୋଷୀସାବ୍ୟସ୍ତ କରାଯାଇଥିଲା।

Share