ବଢିଲା ଶାହାରୁଖଙ୍କ ଅଡୁଆ!

ମୁମ୍ବାଇ: ବଲିଉଡ ବାଦଶାହା ଶାହରୁଖ ଖାଁଙ୍କ ଅଭିନୀତ ମୁଭି ‘ପଠାନ’ ଏବେ ଫିଲ୍ମ ହଲରେ ରାଜ କରୁଛି । ଏହା ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଛି । ମୁଭି ଇଣ୍ଡିଆରେ ୪୫୦ କୋଟି ଆୟ କରିଥିବା ବେଳେ ୱାର୍ଲଡ ୱାଇଡ ୯୦୦ କୋଟିରୁ ଅଧିକ କଲେକ୍ସନ କରିଛି । ଫିଲ୍ମ ‘ପଠାନ’ର ସକସେସରେ ଖୁବ୍ ଖୁସି ଅଛନ୍ତି ଶାହାରୁଖ । ଇତିମଧ୍ୟରେ ତାଙ୍କ ବ୍ଲକବୁଷ୍ଟର ମୁଭି ‘ଦିଲୱାଲେ ଦୁଲହନିୟା ଲେ ଯାଏଙ୍ଗେ’ର ମେକର୍ସ ଘୋଷଣା କରିଥିଲେ କି ୧୦ ଫେବୃୟାରୀରେ ଗୋଟିଏ ସପ୍ତାହ ପାଇଁ ମୁଭି ସିନେମା ହଲରେ ରିଲିଜ୍ କରାଯିବ । ଏହାକୁ ନେଇ ଶାହାରୁଖ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ।
ୟଶରାଜ ଫିଲ୍ମସ ତା’ର ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଥିଲା କି ‘ଦିଲ ୱାଲେ ଦୁଲହନିୟା ଲେ ଜାଏଙ୍ଗେ’(ଡିଡିଏଲଜେ)ସିନେମା ହଲରେ ରିଲଜ୍ ହୋଇ ସାରିଛି । ୱାଇଆରଏଫ ଟୁଇଟ କରି କହିଲା ଦୁଇଟି ଭିନ୍ନ ଭିନ୍ନ ଏରାର ବ୍ଲକବୁଷ୍ଟର ଡିଡିଏଲଜେ ଓ ପଠାନ ଏବେ ଏକା ସହ । ଏହି ଭାଲେଣ୍ଟାଇନ ୱିକରେ ଆପଣ ଆପଣଙ୍କ ନିକଟତମ ସିନେମା ହଲରେ ଏହାର ମଜା ନେଇପାରିବେ ।
ଏହାକୁ ନେଇ ଶାହାରୁଖ ମଜାଳିଆ ରିଆକ୍ସନ ଦେଇଛନ୍ତି । ସେ ଟୁଇଟକୁ ରିଟୁଇଟ କରି କହିଛନ୍ତି, ଏତେ କଷ୍ଟରେ ଆକ୍ସନ ହିରୋ ହେଲି… ଆଉ ତୁମେ ରାଜକୁ ଫେରାଇ ଆଣୁଛ! ଏ କମ୍ପିଟିଶନ ତ ମୋତେ ମାରିଦେବ । ମୁଁ ତ ପଠାନ ଦେଖିବାକୁ ଯାଉଛି । ରାଜ ତ ଘରର ।

Share