Categories: ବାଣିଜ୍ୟ

ହାୟର କିନୋଚି ‘ବେଷ୍ଟ ଇନୋଭେଟିଭି ପ୍ରଡକ୍ଟ ଅଫ୍‌ ଦି ଇୟର’

ଭୁବନେଶ୍ୱର,୩୧।୫: ଦେଶର ପ୍ରମୁଖ ହୋମ୍‌ ଆପ୍ଲିଆନ୍‌ସ ନିର୍ମାଣକାରୀ ସଂସ୍ଥା ତଥା ହାୟର ଆପ୍ଲିଆନ୍‌ସ ଇଣ୍ଡିଆର ବହୁ ପ୍ରତୀକ୍ଷିତ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହାୟର କିନୋଚି ୫ଷ୍ଟାର ହେଭି ଡ୍ୟୁଟି ପ୍ରୋ ଏୟାର କଣ୍ଡିସନରକୁ ନିକଟରେ‘ବେଷ୍ଟ ଇନୋଭେଟିଭି ପ୍ରଡକ୍ଟ ଅଫ୍‌ ଦି ଇୟର’ରେ ପୁରସ୍କୃତ କରାଯାଇଛି। ବିଶେଷକରି ଗ୍ରାହକଙ୍କ ଚାହିଦା ଓ ବଜାରରେ ଏହାର ଉପଲବ୍ଧକୁ ସ୍ବୀକୃତି ଦିଆଯାଇଛି।
ଏ ସମ୍ପର୍କରେ ହାୟର ଇଣ୍ଡିଆର ସଭାପତି ସତୀଶ ଏନ୍‌ଏସ୍‌ କହିଛନ୍ତି, ଆମେ ବିଗତ କିଛି ବର୍ଷ ହେବ ଭଲ ଅନୁସନ୍ଧାନ ପ୍ରଣାଳୀ ସହିତ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଆପଣାଇବା ସହ ଗ୍ରାହକଙ୍କ ପାଇଁ ସର୍ବୋତ୍ତମ ଉପତ୍ାଦକୁ ଆଣିବାରେ ସକ୍ଷମ ହୋଇଛୁ। ଏପରିକି ଦୀର୍ଘ ୨ ଦଶନ୍ଧି ଧରି ଆମେ ଭାରତୀୟ ବଜାରରେ ନିଜର ଉପସ୍ଥିତି ଜାହିର କରିଆସିଛୁ। ଫଳରେ ଆମର ଏହି ଅଭିନବ ଉପତ୍ାଦ ଲାଗି ଆମେ ମଧ୍ୟ ପୁରସ୍କୃତ ହୋଇଛୁ। ସାରା ଭାରତରେ ଆମେ ନିଜର ଏହି ଉପତ୍ାଦକୁ ପ୍ରସାରିତ କରିବା ଲକ୍ଷ୍ୟ ରଖିଛୁ। ସେହିଭଳି ମେକ୍‌ ଇନ୍‌ ଇଣ୍ଡିଆ ଓ ମେକ୍‌ ଫର୍‌ ଇଣ୍ଡିଆ ରଣନୀତି ଅନୁଯାୟୀ ହାୟର ତା’ର ଉପତ୍ାଦକୁ ଭାରତରେ ବିସ୍ତାରକରି ଗ୍ରାହକମାନଙ୍କୁ ଦକ୍ଷ, ସ୍ଥାୟୀ ଓ ସୁବିଧା ପ୍ରଦାନ କରିବା ଉପରେ ଧ୍ୟାନ ଦେଉଛି।

Share