Categories: ବାଣିଜ୍ୟ

ହାୟର କ୍ୟୁ ଏଲ୍‌ଇଡି ଟିଭି ସିରିଜ

ନୂଆଦିଲ୍ଲୀ,୨୭।୪: ଦେଶର ପ୍ରମୁଖ ହୋମ୍‌ ଆପ୍ଲାଏନ୍ସ ଆଣ୍ଡ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍‌ ହାୟର ଆପ୍ଲାଏନ୍ସ ଇଣ୍ଡିଆର ନୂତନ ଉତ୍ପାଦ ‘ହାୟର କ୍ୟୁ ଏଲ୍‌ଇଡି ଟିଭି ସିରିଜ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ ଗୁଗଲ୍‌ ଟିଭି ସହ ସିରିଜର ନୂତନ ଉପତ୍ାଦକୁ ବଜାର ପ୍ରବେଶ କରାଇଛି। ବିଶେଷକରି ହାୟର ଅତ୍ୟାଧୁନିକ ବୈଶିଷ୍ଟ୍ୟ ଏବଂ ଶିଳ୍ପ ଶ୍ରେଷ୍ଠ ଚିତ୍ର ଗୁଣ ସହିତ କ୍ୟୁ ଏଲ୍‌ଇଡି ଟିଭି ସେଗ୍‌ମେଣ୍ଟରେ ମଧ୍ୟ ପ୍ରବେଶ କରିଛି, ଯାହାକି ନୂତନତ୍ୱ ଡିଜାଇନ ଏବଂ ସ୍ମାର୍ଟ ବୈଷୟିକ ଜ୍ଞାନର ଏକ ସମ୍ପୂର୍ଣ୍ଣ ମିଶ୍ରଣ । ଏ ସମ୍ପର୍କରେ ହାୟର ଆପ୍ଲାଏନ୍ସ ଇଣ୍ଡିଆର ସଭାପତି ସତୀଶ ଏନ୍‌ଏସ୍‌ କହିଛନ୍ତି, ନୂତନ କ୍ୟୁ ଏଲ୍‌ଇଡି ଟିଭି ସିରିଜର ଶୁଭାରମ୍ଭକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ଗ୍ରାହକଙ୍କୁ ଅତ୍ୟାଧୁନିକ ଜ୍ଞାକକୌଶଳରେ ନିର୍ମିତ କ୍ୟୁ ଏଲ୍‌ଇଡି ଟିଭି ବ୍ୟାପକ ସୁବିଧା ଯୋଗାଇବ। ବିଶେଷକରି ଏହି ଟେଲିଭିଜନ ଦେଖିବାର ଏକ ନୂତନ ତଥା ଇମର୍ସିଭ୍‌ ଅନୁଭୂତି ଦେବ। ସେହିଭଳି ଏହି ନୂତନ ହାୟର କ୍ୟୁ ଏଲ୍‌ଇଡି ଟିଭି ସିରିଜରେ ଅତ୍ୟାଧୁନିକ ବୈଶିଷ୍ଟ୍ୟ ଏବଂ ଷ୍ଟାଇଲିଶ୍‌ ବେଜେଲ୍‌-କମ୍‌ ଡିଜାଇନ ଅନ୍ତର୍ଭୁକ୍ତ ରହିଛି। ଏହା ମାଧ୍ୟମରେ ଉପଭୋକ୍ତା ସେମାନଙ୍କର ଅଭିଜ୍ଞତାକୁ ଶେୟାର କରିପାରିବେ। ଏପରିକି ବର୍ତ୍ତମାନର ଉପଭୋକ୍ତାଙ୍କୁ ଦୃଷ୍ଟିରେ ରଖି ଏହାର ଡିଜାଇନ କରାଯାଇଛି। ସେହିପରି ଭାରତୀୟ ଗ୍ରାହକମାନେ ସ୍ମାର୍ଟ ଏବଂ ନିଜ ଜୀବନରେ ଯୋଡ଼ିବାକୁ ନୂତନ ସ୍ମାର୍ଟ ଉତ୍ପାଦ ଖୋଜନ୍ତି। ଏହାକୁ ଧ୍ୟାନରେ ରଖି ଗ୍ରାହକମାନଙ୍କ ପାଇଁ ମନୋରମ ମନୋରଞ୍ଜନ ପାଇଁ କ୍ୟୁ ଏଲ୍‌ଇଡି ଟିଭି ସିରିଜ ଏସ୍‌୯କ୍ୟୁ ଟି ସିରିଜର ନୂତନ ପରିସର ମଧ୍ୟ ଆରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ବିଶ୍ୱର ଅଗ୍ରଣୀ ହୋମ୍‌ ଆପ୍ଲାଏନ୍ସ ଆଣ୍ଡ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ତଥା କ୍ରମାଗତ ୧୪ବର୍ଷ ଧରି ମେଜର ଆପ୍ଲାଏନ୍ସରେ ୱାଲର୍‌ଡ ନମ୍ବର ୧ ବ୍ରାଣ୍ଡ୍‌ ହାୟର ଆପ୍ଲାଏନ୍ସ ଇଣ୍ଡିଆ ଗୁଗଲ୍‌ ଟିଭି ସହିତ ସିରିଜର ନୂତନ ଉପତ୍ାଦ ଲଞ୍ଚ କରିବାକୁ ଘୋଷଣା କରିଛି ।

Share