ଚାଇନାରେ ହାଇକୁଇ ତାଣ୍ଡବ: ୩ ଲକ୍ଷ ସ୍ଥାନାନ୍ତରିତ

ଫୁଝୋଉ,୮।୯:ଚାଇନାର ଫୁଜିଆନ ପ୍ରଦେଶରେ ହାଇକୁଇ ଝଡ଼ ତାଣ୍ଡବ ରଚିଛି। ଝଡ଼ ପ୍ରଭାବରେ ବୁଧବାର ଅପରାହ୍ନ ୫ଟାରୁ ଜାରି ରହିଥିବା ଲଗାଣ ବର୍ଷାରେ ପ୍ରାୟ ୧.୬ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାଦେଶିକ ବନ୍ୟା ନିୟନ୍ତ୍ରଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାଇ ୧୦ ହେକ୍ଟର ଜମିର ଫସଲ ନଷ୍ଟ ହୋଇଯାଇଛି। ଏଥିସହ ୨୫୦୦ ଘର ଧ୍ୱସ୍ତବିଧସ୍ତ ହୋଇଯାଇଛି, ଯାହାର କ୍ଷତି ପରିମାଣ ୫.୦୫ ବିଲିୟନ ୟୁଆନ୍‌(୭୦୧.୫ ନିୟୁତ ଆମେରିକୀୟ ଡଲାର) ହୋଇଥିବା ଆକଳନ କରାଯାଉଛି। ଫୁଜିଆନ ପ୍ରଦେଶର ବହୁ ଉପକୁଳ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା ରେସ୍କ୍ୟୁ ଟିମ୍‌ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

Share