ବର୍ଷା ସହ କୁଆପଥର ମାଡ଼

ଆସିକା,୧୮ା୪: ଗଞ୍ଜାମ ଜିଲା ଆସିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ବର୍ଷା ସହ କୁଆପଥର ମାଡ ହୋଇଥିଲା। ଗତ ୪ଦିନ ହେଲା ଅଞ୍ଚଳରେ ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ବର୍ଷା ଜନସାଧାରଣଙ୍କୁ ଆଶ୍ୱସ୍ତି କରିଛି। ସେହିପରି ଗାଙ୍ଗପୁର ଅଞ୍ଚଳରେ ମଧ୍ୟ ବର୍ଷା ହୋଇଥିବା ଜଣାପଡିଛି।

Share