ଟିକିରି,୧୮ା୩(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଶନିବାର ସନ୍ଧ୍ୟାରେ ପ୍ରବଳ କୁଆପଥର ସହ ବର୍ଷା ହୋଇଛି। ଏହି ସମୟରେ ଗୋରଖପୁରଠାରୁ ମାରିଭଟା ପର୍ଯ୍ୟନ୍ତ କୁଆପଥର ସହ ପ୍ରବଳ ବର୍ଷା ହୋଇଛି। ଫଳରେ କିଛି ସମୟ ପାଇ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି। ସେହିପରି କାଶୀପୁର ବ୍ଲକ ପଣସଗୁଡ଼ାରେ କିଛି ଘରର ଟିଣ ଛପର ମଧ୍ୟ ଉଡ଼ାଇ ନେଇଛି।
ତହସିଲ କାର୍ଯ୍ୟାଳୟ ପରିସରରେ ବହୁ ବଡ଼ ଗଛ ଭାଙ୍ଗିଯାଇଛି। ଖବର ଲେଖାହେବା ସୁଦ୍ଧା କାଶୀପୁର ବ୍ଲକରେ ବର୍ଷା ଲାଗିରହିଛି।