Advertisement

ସାଇକେଲରେ ଘରକୁ ଫେରୁଥିଲେ ଯୁବକ, ହଠାତ୍‌ ହେଲା କୁଆପଥର ମାଡ଼, ଆଉ ତା’ ପରେ…

ବାଉଁଶୁଣୀ,୩୦ା୧୨(ଡି.ଏନ୍‌.ଏ.): ବୌଦ୍ଧ ଜିଲାରେ ବୁଧବାର ସନ୍ଧ୍ୟାରେ ହୋଇଥିବା ବର୍ଷା ସହ କୁଆପଥର ମାଡ଼ରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।

ସୂଚନାନୁଯାୟୀ, ବୌଦ୍ଧ ବ୍ଲକ ଗୋଛାପଡ଼ା ପଞ୍ଚାୟତ ଲୁମ୍ବୁରୁଜନା ଉକାବିର ଗ୍ରାମର ୩୫ ବର୍ଷୀୟ ଜୟଲାଲ ମହାକୁଡ଼ କୌଣସି କାମରେ ଗୋଛାପଡ଼ା ପଞ୍ଚାୟତକୁ ଆସିଥିଲେ। ସନ୍ଧ୍ୟାରେ ବାଉଁଶୁଣୀ ଗୁନ୍ଦୁଳିଆ ରାସ୍ତାରେ ସାଇକେଲ ଯୋଗେ ନିଜ ଘରକୁ ଫେରୁଥିଲେ। ଲୁମ୍ବରୁଜନା କେନାଲ ନିକଟରେ ହଠାତ୍‌ କୁଆପଥର ବର୍ଷା ହୋଇଥିଲା। ଆଶ୍ରୟ ନେବା ପାଇଁ ନିକଟରେ କୌଣସି ଘରଦ୍ୱାର ନ ଥିବାରୁ କୁଆପଥର ମାଡ଼ରେ ତାଙ୍କର ଚେତା ଉଡ଼ି ଯାଇଥିଲା। ରାତି ସାରା ସେହି କେନାଲରେ ପଡ଼ି ରହିଥିଲେ। ତେବେ ଗୁରୁବାର ସକାଳୁ ସ୍ଥାନୀୟ ଲୋକେ ଦେଖି ତାଙ୍କ ଘରକୁ ଖବର ଦେଇଥିଲେ। ପରେ ପରିବାର ଲୋକେ ଆସି ଦେଖି ବାଉଁଶୁଣୀ ଦମକଳବାହିନୀକୁ ଖବର ଦେଇଥିଲେ। ଦମକଳବାହିନୀ ପହଞ୍ଚି ଜୟଲାଲଙ୍କୁ ଉଦ୍ଧାର କରି ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ସୋନପୁର ଜିଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share