ଗର୍ଭାବସ୍ଥାରେ କେଶର ଯତ୍ନ

ଗର୍ଭାବସ୍ଥା ସମୟରେ ଅଧିକାଂଶ ମହିଳାଙ୍କର କେଶ ଝଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ। ତେଣୁ ଏ ସମୟରେ କିପରି ଭାବରେ କେଶର ଉପଯୁକ୍ତ ଯତ୍ନ
ନେବେ ସେ ସମ୍ପର୍କରେ ଜାଣି ରଖନ୍ତୁ।

ଗର୍ଭାବସ୍ଥା ସମୟରେ କେଶରେ କୌଣସି ପ୍ରକାରର ରାସାୟନିକ ଜିନିଷ ଲଗାନ୍ତୁ ନାହିଁ ଅର୍ଥାତ କୌଣସି ପ୍ରକାରର କେମିକାଲ୍‌ ଟ୍ରିଟମେଣ୍ଟ କରନ୍ତୁ ନାହିଁ। ପ୍ରାକୃତିକ ଉପାୟ ଆପଣାଇବାକୁ ଚେଷ୍ଟା କରନ୍ତୁ।
ଏହି ସମୟରେ ହେୟାର ଷ୍ଟାଇଲିଂ କରନ୍ତୁ ନାହିଁ। ତେଣୁ କେଶରେ ଡ୍ରପର୍ମିଂ ଆଦି କରନ୍ତୁ ନାହିଁ। କେଶ ଯେପରି ଅଛି ସେହିପରି ରହିବାକୁ ଦିଅନ୍ତୁ।
କେଶ କିମ୍ବା ତ୍ୱଚାରେ କୌଣସି ପ୍ରକାରର କେମିକାଲ୍‌ ଲଗାନ୍ତୁ ନାହିଁ। ଡେଲିଭରି ପରେ ମଧ୍ୟ କିଛି ଦିନ ପାଇଁ ଏହି ନିୟମ ପାଳନ କରନ୍ତୁ।
ଯଦି ହେୟାର ଟ୍ରିଟମେଣ୍ଟ ନେବା ନିହାତି ଜରୁରୀ ମନେକରନ୍ତି ତେବେ ପ୍ରାକୃତିକ ଉପାୟରେ ଡ୍ରାଏ କରିବା ସହିତ ହାଇଲାଇଟିଂ କରନ୍ତୁ।
ନିୟମିତ ବ୍ୟବଧାନରେ ଶାମ୍ପୁ ଓ କଣ୍ଡିସନିଂ କରନ୍ତୁ। ଡାକ୍ତରଙ୍କଠାରୁ ଶାମ୍ପୁ ବ୍ୟବହାର କରିବା ନେଇ ପରାମର୍ଶ ନିଅନ୍ତୁ।
ଓଦା କେଶକୁ ଆଦୌ କୁଣ୍ଡାନ୍ତୁ ନାହିଁ।
କୌଣସି ପ୍ରକାରର ଟାଇଟ୍‌ ହେୟାର ଷ୍ଟାଇଲ୍‌ କରନ୍ତୁ ନାହିଁ। କେଶକୁ ଢିଲାରେ ବାନ୍ଧନ୍ତୁ।
କେଶକୁ ପ୍ରାକୃତିକ ଉପାୟରେ ବୃଦ୍ଧି କରିବା ପାଇଁ ଏବଂ ମୁଣ୍ଡ ଥଣ୍ଡା ରଖିବା ନିମନ୍ତେ ରାତିରେ ମେଥିକୁ ଭିଜାଇ ସକାଳେ ବାଟି ଏହାର ପେଷ୍ଟକୁ କେଶରେ ଲଗାନ୍ତୁ। କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ।
ଭୁର୍ସୁଙ୍ଗପତ୍ରକୁ ନଡିଆ ତେଲରେ ପକାଇ ଗରମ କରନ୍ତୁ। ଶାମ୍ପୁ କରିବାର ୩-୪ ଘଣ୍ଟା ପୂର୍ବରୁ ଏହାକୁ ଲଗାନ୍ତୁ। କେଶ ସୁନ୍ଦର ରହିବ।