Posted inଜାତୀୟ

କେଶ ରଙ୍ଗ, ୩ ଫଟୋ ଆଉ ୩ ପ୍ରଶ୍ନରୁ ୪୦ ବର୍ଷ ପରେ ସୁପ୍ରିମକୋର୍ଟ ନକଲି ପୋଷ୍ୟପୁତ୍ରଙ୍କୁ ଧରିଲେ…

ନୂଆଦିଲ୍ଲୀ,୨୨।୧୧ : ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ୪୦ ବର୍ଷର କେସ ପରେ ଶେଷରେ ତାଙ୍କ ଜେଜେମା’ଙ୍କ ସମ୍ପତ୍ତି ଅଧିକାର ପାଇଛନ୍ତି। ଏହି ମାମଲା ଟ୍ରାଏଲ କୋର୍ଟରୁ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଚାଲିଥିଲା। ପରିଶେଷରେ ସେ ନିଜ ଜେଜେମା’ଙ୍କ ନକଲି ପୋଷ୍ୟପୁତ୍ର ବୋଲି ଦାବି କରୁଥିବା ଅପରାଧୀଙ୍କ ପର୍ଦ୍ଦାଫାଶ କରିବାରେ ସଫଳ ହୋଇଥିଲେ।

ରିପୋର୍ଟ ଅନୁଯାୟୀ, ଭେଙ୍କୁବାୟାମା ନାମକ ଜଣେ ମହିଳା ୧୯୮୧ ମସିହାରେ ନିଜର ସମ୍ପତ୍ତିର ଉତ୍ତରାଧିକାରୀ ପ୍ରସ୍ତୁତ କରିଥିଲେ। ଏଥିରେ ସେ ତାଙ୍କର ଏକମାତ୍ର ନାତି କାଳୀ ପ୍ରସାଦଙ୍କ ନାମରେ ନିଜର ସମ୍ପତ୍ତି କରିଥିଲେ। ଭେଙ୍କୁବାୟାମାଙ୍କର ଜୁଲାଇ ୧୯୮୨ ରେ ମୃତ୍ୟୁ ହୋଇଥିଲା।

ମୃତ୍ୟୁ ପରେ ହଠାତ ଜଣେ ବ୍ୟକ୍ତି ଫିଲ୍ମ ଭଳି ଭେଙ୍କୁବାୟାମାଙ୍କ ପୋଷ୍ୟପୁତ୍ର ବୋଲି ଦାବି କରୁଥିବା ଅନ୍ୟ ଏକ ଇଚ୍ଛାପତ୍ର ଉପସ୍ଥାପନ କରିଥିଲେ, ଯାହା ଏପ୍ରିଲ ୧୯୮୨ ରେ ହୋଇଥିଲା। ଏହି ଇଚ୍ଛାପତ୍ର ଅନୁସାରେ, ଭେଙ୍କବୁୟାମା ତାଙ୍କ ନାତିଙ୍କ ନାମରେ ଥିବା ସମ୍ପତ୍ତିର ଉତ୍ତରାଧିକାରୀ ଇଚ୍ଛାପତ୍ରକୁ ବାତିଲ କରି ସମସ୍ତ ସମ୍ପତ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲେ। ଏହି ମାମଲା ଟ୍ରାଏଲ କୋର୍ଟରେ ପହଞ୍ଚିଥିଲା।

୧୯୮୯ମସିହାରେ, ପୋଷ୍ୟପୁତ୍ରଙ୍କ ସପକ୍ଷରେ ଟ୍ରାଏଲ କୋର୍ଟ ଏହାର ରାୟ ପ୍ରଦାନ କରିଥିଲେ। ଏହା ପରେ ନାତି ହାଇକୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ୨୦୦୬ରେ, ହାଇକୋର୍ଟ ଏହି ମାମଲାର ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏହା ପରେ, ୨୦୦୮ମସିହାରେ, ତାଙ୍କ ପୋଷ୍ୟପୁତ୍ର ବୋଲି ଦାବି କରୁଥିବା ବ୍ୟକ୍ତି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ହାଇକୋର୍ଟଙ୍କ ଆଦେଶ ବିରୋଧରେ ଏକ ପିଟିଶନ ଦାଖଲ କରିଥିଲେ। ୨୦୧୦ ମସିହାରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ।

ଏହି ସମୟରେ, ତାଙ୍କର ପୋଷ୍ୟପୁତ୍ର ବୋଲି ଦାବି କରୁଥିବା ବ୍ୟକ୍ତି ତିନୋଟି ଫଟୋଗ୍ରାଫ ଉପସ୍ଥାପନ କରିଥିଲେ ଏବଂ କହିଥିଲେ ଏହା ତାଙ୍କ ପୋଷ୍ୟ ସମାରୋହରୁ ଆସିଛି। ୧୮ ଏପ୍ରିଲ ୧୯୮୨ରେ ନିଆଯାଇଥିବା ଏହି ଫଟୋଗୁଡ଼ିକରେ, ଅର୍ଥାତ ମୃତ୍ୟୁର ତିନି ମାସ ପୂର୍ବରୁ, ୭୦ ବର୍ଷ ବୟସ୍କା ମହିଳାଙ୍କ କେଶ ସମ୍ପୂର୍ଣ୍ଣ କଳା ଥିବା ଦେଖାଯାଇଥିଲା। ଏନେଇ ସୁପ୍ରିମକୋର୍ଟ ସନ୍ଦେହ ପ୍ରକଟ କରିଥିଲେ। ଅଦାଲତ ପ୍ରଶ୍ନ କରିଥିଲେ ଜଣେ ୭୦ ବର୍ଷ ବୟସ୍କା ମହିଳା ୧୯୮୨ମସିହାରେ କେଶ ରଙ୍ଗ କରିବେ କି? ଜଷ୍ଟିସ ସିଟି ରବି କୁମାର ଏବଂ ଜଷ୍ଟିସ ସଞ୍ଜୟ କୁମାର ମଧ୍ୟ ପ୍ରଶ୍ନ କରିଥିଲେ, ପୋଷ୍ୟ ସମାରୋହର କେବଳ ୩ ଫଟୋ କାହିଁକି ଅଛି? ଫଟୋଗ୍ରାଫର କେବଳ ୩ ଟି ଫଟୋ ଉଠାଇଥିଲେ କି? ଅଭିଯୁକ୍ତ ପୋଷ୍ୟପୁତ୍ର ଏହାର ଉତ୍ତର ଦେଇପାରି ନ ଥିଲେ।

ସୁପ୍ରିମକୋର୍ଟ ଏହା ମଧ୍ୟ ପଚାରିଥିଲେ ତାଙ୍କ ନାତିଙ୍କ ନାମରେ ଏକ ଇଚ୍ଛାପତ୍ର କରିବା ପରେ ଭେଙ୍କବୁୟାମା ପୁରୁଣା ଇଚ୍ଛାପତ୍ରକୁ ବାତିଲ କରି ତାଙ୍କ ପୋଷ୍ୟପୁତ୍ରଙ୍କ ନାମରେ ସମ୍ପତ୍ତି ହସ୍ତାନ୍ତର କରିଛନ୍ତି କି? ସୁପ୍ରିମକୋର୍ଟରେ ୧୫ ବର୍ଷ ଧରି ଚାଲିଥିବା ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଏହା ପୂର୍ବରୁ ଉପସ୍ଥାପିତ ହୋଇଥିବା ଦଲିଲଗୁଡ଼ିକରୁ ଏହା କୌଣସିରୁ ଜଣାପଡୁ ନାହିଁ ଭେଙ୍କବୁୟାମାଙ୍କୁ ଇଚ୍ଛାପତ୍ର ବଦଳାଇବାକୁ ପଡିବ ବୋଲି। ସୁପ୍ରିମକୋର୍ଟ କହିଛନ୍ତି ଏହା କେବଳ କେଶର ରଙ୍ଗ ନୁହେଁ ଯାହା ସନ୍ଦେହ ସୃଷ୍ଟି କରିଛି, ଏପରି ଅନେକ ତଥ୍ୟ ଅଛି ଯାହା ସନ୍ଦେହକୁ ବଢ଼ାଇଛି। ସୁପ୍ରିମକୋର୍ଟ ଅଭିଯୁକ୍ତ ପୋଷ୍ୟପୁତ୍ରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ନାତିଙ୍କୁ ସମ୍ପତ୍ତିର ଅଧିକାର ପ୍ରଦାନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସଲମାନ କେମିତି କ୍ଷମା ମାଗିଲେ ମାନି ଯିବେ ଲରେନ୍ସ, ଜାଣନ୍ତୁ କ୍ଷମା ମାଗିବାକୁ କ’ଣ ରହିଛି କଡା ନିୟମ

ମୁମ୍ବାଇ,୧୮।୧୦: ରାଜାନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ଘର ନିକଟରେ ଆସୁଥିବା ଲୋକଙ୍କ ଉପରେ...

ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ଏପର୍ଯ୍ୟନ୍ତ...

ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ!

ମୁମ୍ବାଇ,୧୮।୧୦: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ନିୟମ ଭାଙ୍ଗିବାର ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ...

ଲରେନ୍ସ ବିଷ୍ଣୋଇଙ୍କ ସହ ଭିଡ଼ିଓ କଲ୍‌ରେ କଥା ହେବାକୁ ଚାହୁଁଛନ୍ତି ସଲମାନଙ୍କ ପୂର୍ବତନ ପ୍ରେମିକା: ଜାଣନ୍ତୁ କାହିଁକି

ମୁମ୍ବାଇ, ୧୮।୧୦:ଅଭିନେତା ସଲମାନ ଖାନ୍‌ଙ୍କ ପୂର୍ବତନ ପ୍ରେମିକା ତଥା ଅଭିନେତ୍ରୀ ଓ ଆମେରିକୀୟ ମହିଳା ଅଧିକାର କର୍ମୀ ସୋମି ଅଲ୍ଲୀ ଗୁରୁବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ...

୩୦ ବର୍ଷ ହେଲା ଜେଲରେ ଅଛି, ରାଜୀବ ଗାନ୍ଧୀଙ୍କ ଦୋଷୀଙ୍କୁ ମିଳୁଛି ମୁକ୍ତି ମୋତେ କାହିଁକି ନୁହେଁ, କଏଦୀଙ୍କ କଥା ଶୁଣି…

ନୂଆଦିଲ୍ଲୀ,୧୮।୧୦: ନିଜ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ୩୦ବର୍ଷ ଜେଲରେ ଥିବା ଜଣେ ୮୪ ବର୍ଷ ବୟସ୍କ ବ୍ୟକ୍ତି ଆଜୀବନ କାରାଦଣ୍ଡକୁ ମୃତ୍ୟୁଦଣ୍ଡଠାରୁ ଖରାପ ବୋଲି ବର୍ଣ୍ଣନା...

ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ’ ପାଇଁ କନ୍ୟାଟିଏ ଖୋଜି ଦିଅନ୍ତୁ; ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀ କଲେ ଅପିଲ୍‌…

ଲକ୍ଷ୍ନୌ,୧୮।୧୦: ମୁଁ ଆପଣଙ୍କୁ ଭୋଟ ଦେଇଛି, ଏବେ ମୋ ପାଇଁ ବଧୂଟିଏ ଖୋଜି ଦିଅନ୍ତୁ। ଏହା ହେଉଛି ଜଣେ ବିଧାୟକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଅପିଲ।...

ଚଳିତ ବର୍ଷ ଦ୍ୱିତୀୟଥର ରୁଷିଆ ଯିବେ ମୋଦି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮ା୧୦: ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ରୁଷିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଗତ ଜୁଲାଇ...

ସରକାରଙ୍କ ବଡ଼ ଘୋଷଣା: କିଡ଼ନୀ ରୋଗୀଙ୍କୁ ମିଳିବ ମାଗଣା ଚିକିତ୍ସା

ଚଣ୍ଡିଗଡ,୧୮।୧୦: ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂ ସାଇନି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୁଣି ମୁଖ୍ୟମନ୍ତ୍ରୀ ହେବା ପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri