ରାଉଣ୍ଡ ଫେସ୍: ଯେଉଁମାନଙ୍କ ମୁହଁ ଗୋଲ୍ ବା ରାଉଣ୍ଡ ସେମାନଙ୍କୁ ଷ୍ଟ୍ରେଟ୍ ଏବଂ ଲଙ୍ଗ୍ ହେୟାର କଟ୍ ବିଶେଷ କରି ଲଙ୍ଗ ଲେୟାର ବ୍ୟାଙ୍ଗ୍ କଟ୍ ଖୁବ୍ ଆକର୍ଷଣୀୟ ଲୁକ୍ ଦେଇଥାଏ। ଛୋଟ ବା ଗାଲ ପର୍ଯ୍ୟନ୍ତ କଟାଯାଇଥିବା ହେୟାର ଷ୍ଟାଇଲ କଲେ ମୁହଁ ଅଧିକ ବଡ ଲାଗିଥାଏ ଏବଂ ସୁଟ୍ କରି ନ ଥାଏ। ବିଶେଷ କରି ରାଉଣ୍ଡ ଫେସ୍ ଥିବା ମହିଳାଙ୍କର କର୍ଲି ହେୟାର ଥିଲେ ଶର୍ଟ ହେୟାର କଟ୍ କଲେ ମୁହଁ ଅପେକ୍ଷାକୃତ ବଡ ଲାଗିଥାଏ।
ଲଙ୍ଗ୍ ଫେସ୍: ଯେଉଁମାନଙ୍କର ମୁହଁ ଲମ୍ବା ସେମାନଙ୍କୁ ଲଙ୍ଗ୍ ପରିବର୍ତ୍ତେ ଶର୍ଟ ହେୟାର୍ କଟ୍ ଫ୍ୟାଶନେବଲ୍ ଲୁକ୍ ଦେଇଥାଏ। ଯଦି ଲଙ୍ଗ୍ ହେୟାର ଷ୍ଟାଇଲ୍ ପସନ୍ଦ ହେବେ ଏଭଳି ଫେସ୍ ଶେପ୍ ଲାଗି ଲଙ୍ଗ୍ ଲେୟାର କିମ୍ବା ଷ୍ଟେପ୍ କଟ୍ ସାଙ୍ଗକୁ ଚିକ୍ବୋନ୍ ପର୍ଯ୍ୟନ୍ତ ଫ୍ରଣ୍ଟ କଟ୍ କଲେ ମୁହଁ ଗୋଲ ଏବଂ ସୁନ୍ଦର ଲାଗିଥାଏ।
ଓଭାଲ ଫେସ୍: ଏଭଳି ଫେସ୍ ସେପ୍ର ମହିଳାମାନଙ୍କୁ ସାଧାରଣତଃ ଅଧିକାଂଶ ହେୟାର କଟ୍ରେ ଷ୍ଟାଇଲିସ୍ ଲାଗିଥାଏ। ହେଲେ ମୋଟା ଏବଂ କର୍ଲି ହେୟାର୍ ଥିଲେ ବ୍ଲଣ୍ଟ କଟ୍ରେ ମୁହଁ ଅଧିକ ଲମ୍ବା ଲାଗିଥାଏ। କିନ୍ତୁ ଆପଣ ଚାହିଁଲେ ବ୍ଲଣ୍ଟ ବ୍ୟାଙ୍ଗ୍ କିମ୍ବା ସାଇଡ୍ ବ୍ୟାଙ୍ଗ୍ ବବ୍ କଟ୍ କରିପାରିବେ।