Categories: ଫୁରସତ

କେଶ ଫ୍ୟୁଜନ

ବେ ଫ୍ୟାଶନ ଦୁନିଆରେ ଆଉଟ୍‌ଫିଟ୍‌ରେ ଫ୍ୟୁଜନ୍‌ ବିଷୟରେ ସମସ୍ତେ ଅଳ୍ପ ବହୁତ ତ ଜାଣିଥିବେ କିନ୍ତୁ କେଶରେ ଫ୍ୟୁଜନ୍‌ କଥାଟା ପୂରା ନିଆରା ା ଆବିଡଜାନ୍‌ର ଲାଇତିତିଆ କଓ୍ବୋଇ ନାମକ ଜଣେ ଫ୍ୟାସନ୍‌ ଡିଜାଇନର ନିଜ କେଶରେ ଭଳିକି ଭଳି ଫ୍ୟୁଜନ୍‌ କରି ସମସ୍ତଙ୍କୁ ଆଶ୍ଚଯର୍‌ୟ କରିଦେଇଛନ୍ତି ା
କଓ୍ବୋଇ କୁହନ୍ତି ଯେ , ସେ ଗ୍ରାଜୁଏଶନ୍‌ ପରେ ଫ୍ୟାଶନ୍‌ ଡିଜାଇନ୍‌ କରୁଥିଲେ ା ପରେ ସେ ଆଫ୍ରିକାନ୍‌ ମହିଳା ହେୟାର ଷ୍ଟାଇଲ ଫଟୋଗ୍ରାଫସ୍‌ ଦେଖି ଏତେ ଅନୁପ୍ରାଣିତ ହେଲେ ଯେ, ତା ପରଠୁ ସେ ନିଜ କେଶରେ ନୂଆ ନୂଆ ପ୍ରକାରର ଫ୍ୟୁଜନ୍‌ କରିବା ଆରମ୍ଭ କରିଦେଲେ ା ତାଙ୍କୁ ଏପରି କେଶ ବିନ୍ୟାସ କରିବା ପାଇଁ ୫ ରୁ ୬ ଘଣ୍ଟା ସମୟ ଲାଗିଥାଏ ା ତାଙ୍କର ପ୍ରତି ହେୟାର ଫ୍ୟୁଜନ୍‌ ଏତେ ଆକର୍ଷଣୀୟ ହୋଇଥାଏ ଯେ, ଯିଏ ଦେଖିବ ତାକୁ ଆଶ୍ଚର୍ଯ୍ୟ ଲାଗିବ। ଏହାର ଫଟୋକୁ ସେ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଥାନ୍ତି ଏବଂ ଏହା ଏବେ ଭାଇରାଲ ହେବାରେ ଲାଗିଛି ା ତାଙ୍କର ଏପରି ୟୁନିକ୍‌ ହେୟାର ଫ୍ୟୁଜନ୍‌କୁ ଲୋକ ମାନେ ଖୁବ୍‌ ପସନ୍ଦ କରୁଛନ୍ତି ା

Share