ଦିନରେ ‘ହେୟାର ଡ୍ରେସର’, ରାତିରେ ‘ଡ୍ରୋନ୍‌ ହଣ୍ଟର’

କିଭ୍‌,୧୯ା୨: ଦିନରେ ହେୟାର ଡ୍ରେସର ଏବଂ ରାତିରେ ‘ଡ୍ରୋନ୍‌ ହଣ୍ଟର’ ହୋଇ ୪୧ ବର୍ଷୀୟ ଆଲେକ୍‌ଜାଣ୍ଡାର ଶାମ୍‌ସୁର ରୁଷିଆ ଆକ୍ରମଣରୁ ୟୁକ୍ରେନକୁ ରକ୍ଷା କରିବାରେ ସାହାଯ୍ୟ କରୁଛନ୍ତି। ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ବର୍ଷେ ହେବ। ଆଜି ବି ରୁଷିଆ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଚାଲିଛି।

ଶାମଶୁର କୁହନ୍ତି, ତାଙ୍କ ଭୂମିକାକୁ ନେଇ ସେ ଗର୍ବିତ। ଜଣେ ଓକିଲ ତଥା ବ୍ୟବସାୟୀଙ୍କ ସମେତ ତାଙ୍କ ଆଞ୍ଚଳିକ ପ୍ରତିରକ୍ଷା ୟୁନିଟର ସଦସ୍ୟମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧ ମେଶିନ ବନ୍ଧୁକ ସହିତ ଇରାନରେ ନିର୍ମିତ -୧୩୬ ଡ୍ରୋନ୍‌କୁ ଗୁଳି ଚଳାଇବାକୁ ଚେଷ୍ଟା କରୁଥିବାବେଳେ ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖରେ ହୋଇଥିବା ଏୟାର ରେଡ୍‌ ଆଲର୍ଟକୁ ଜବାବ ଦେଇଛନ୍ତି।

ଶାମଶୁର କୁହନ୍ତି, ‘ମୁଁ ବହୁତ ଖୁସି ବ୍ୟକ୍ତି। କାରଣ ମୁଁ ମୋ’ ଦେଶକୁ ରକ୍ଷା କରୁଛି, ମୁଁ ମୋର ୟୁକ୍ରେନବାସୀଙ୍କୁ ରକ୍ଷା କରୁଛି। ସେ କୁହନ୍ତି, ‘ମୁଁ ବିୟୁଟି ପାର୍ଲର କରି ବି ରାତିରେ ଆସି ଲୋକଙ୍କ ସହ କାମ କରୁଛି। ମୁଁ ଯାହା ଜାଣିଛି, ତା’ ସହିତ କାମ କରିପାରିବି।’

ସେ କହିଛନ୍ତି, ଡିସେମ୍ବର୨୯-୩୦ରେ ତାଙ୍କ ରୁଫ୍‌ଟପ୍‌ ୟୁନିଟ୍‌ କିଭ୍‌ ଉପରେ ଦୁଇଟି ଡ୍ରୋନ୍‌ ଗୁଳି ଚଳାଇଥିଲା। ତାଙ୍କ ଦଳ ଅନ୍ୟ ୟୁନିଟରୁ ଶିଖିଥିବା କୌଶଳକୁ ମଧ୍ୟ ଆଗକୁ ବଢ଼ାଇଥିଲେ। ଯେତେବେଳେ ରୁଷିଆ ଆକ୍ରମଣ କଲା, ଯୁଦ୍ଧ ପୂର୍ବରୁ ସେନା ସଂରକ୍ଷଣକାରୀ ଭାବରେ କାର୍ଯ୍ୟ କରିଥିବା ଶାମସୁର ଜାଣିବାକୁ ପାଇଲେ ରୁଷିଆର ଗୁଳି ବିନିମୟରେ ତାଙ୍କର ସାମରିକ ବେସ ନଷ୍ଟ ହୋଇସାରିଛି, ତେଣୁ ସେ ଆଞ୍ଚଳିକ ନିରାପତ୍ତାରେ ଯୋଗ ଦେଇଥିଲେ। ସେ ନାଗରିକଙ୍କୁ ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରିଥିଲେ।

Share