Categories: ଜାତୀୟ

ମହିଳାଙ୍କ କେଶ କାଟିବା ସମୟରେ ପାଣି ବଦଳରେ ଛେପ ପକାଇ ଫସିଲେ ହେୟାର ଷ୍ଟାଇଲିଷ୍ଟ

ନୂଆଦିଲ୍ଲୀ,୭ ।୧: ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ହେୟାର ଷ୍ଟାଇଲିଷ୍ଟ ଜାୱେଦ ହବିବଙ୍କର ଏକ ଭିଡିଓ । ଏଥିରେ ସେ ଜଣେ ମହିଳାଙ୍କ କେଶ କାଟୁଥିବା ନଜର ଆସିଛି । ଭିଡିଓରେ ପ୍ରଥମେ ଦେଖିବାକୁ ମିଳିଛି ଜାୱେଦ ମହିଳାଙ୍କ କେଶକୁ ସଜାଡୁଛନ୍ତି । ଏହାପରେ କିଛି କହି କହି ସେ ତାଙ୍କ ମୁଣ୍ଡରେ ଛେପ ପକାଇ ଦେଉଛନ୍ତି । ଜାୱୋଦଙ୍କ ଏମିତି ବ୍ୟବହାର କାହକୁ ପସନ୍ଦ ଆସିନାହିଁ । ଏହି ଭିଡିଓଟି ଭାଇରାଲ ହେବା ପରେ ଜାୱେଦଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଜାୱେଦଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ସହ ଯୋଡି ଦେଇଛନ୍ତି । ଘଟଣାଟି ମୁଜାଫରପୁରର ବୋଲି ଜଣାପଡିଛି । ଆଉ ସେହି ମହିଳାଙ୍କ ନାମ ପୁଜା ଗୁପ୍ତା ବୋଲି କୁହାଯାଉଥିବା ବେଳେ ଏହି ଘଟଣାକୁ ନେଇ ସେ କ୍ଷୁବ୍ଧ ବୋଲି କହିଛନ୍ତି । ଏକ ହେୟାର କେୟାର ଶୋ’ରେ ଘଟିଛି ଏହି ଘଟଣା । ପୂଜା କହିଛନ୍ତି ତାଙ୍କର ଏକ ବିୟୁଟି ପାର୍ଲର ରହିଛି । ତାଙ୍କୁ ସେଠାକୁ କେମିକାଲ ମେକଅପ୍ ଶିଖାଇବାକୁ ଡକାଯାଇଥିବା ବେଳେ ତାଙ୍କ ସହ ଏଭଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ଜୱାଦ ଛେପ ପକାଇ କହୁଛନ୍ତି ଏଥିରେ ଜୀବନ ଅଛି । ଯାହା ଲୋକେଙ୍କୁ ଆଦୌ ପସନ୍ଦ ଆସିନି ।

Share