ଘରେ ପଶି ହାଇତି ରାଷ୍ଟ୍ରପତିଙ୍କୁ ହତ୍ୟା

ପୋର୍ଟ-ଅଉ-ପ୍ରିନ୍ସ (ହାଇତି),୭।୭: ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା କରାଯାଇଛି। ବୁଧବାର ସକାଳେ ତାଙ୍କ ଘର ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ରାଷ୍ଟ୍ରପତିଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। କାରିବିୟନ ଦେଶରେ ରାଜନୈତୀକ ଅସ୍ଥିରତା ସୃଷ୍ଟି କରିବା ଏଭଳି କାଣ୍ଡ ପଛର ଉଦ୍ଦେଶ୍ୟ ବୋଲି କହିଛନ୍ତି ଅନ୍ତରିଣ ପ୍ରଧାନମନ୍ତ୍ରୀ କ୍ଲାଉଡ୍‌ ଜୋସେଫ।

ଜୋସେଫ ଏବେ ଦେଶର ମୁଖ୍ୟ କାର୍ଯ୍ୟ ଭାର ସମ୍ଭାଳିବେ। ଦେଶର ଜନସାଧାରଣଙ୍କୁ ସାନ୍ତ ରହିବାକୁ କହିବା ସହ ସୁରକ୍ଷାବ୍ୟବସ୍ଥା କଡ଼ାକଡ଼ି କରିବାକୁ ପୋଲିସ ଓ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଷ୍ଟ୍ରପତିଙ୍କ ବାସଭବନରେ ରାତି ପ୍ରାୟ ୧ଟାରେ ଇଂଲିଶ ଓ ସ୍ପାନିଶ ଭାଷାରେ କଥା ହେଉଥିବା ବିଦେଶୀମାନେ ଆକ୍ରମଣ କରିଥିଲେ। ଏଥିରେ ରାଷ୍ଟ୍ରପତିଙ୍କ ମୃତ୍ୟୁ ଘଟିଥିବା ବେଳେ ଦଶର ପ୍ରଥମ ମହିଳା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜୋସେଫ କହିଛନ୍ତି। ସବୁଠୁ ଗରିବ କାରିବିୟନ ଦେଶ ହାଇତିରେ ଦୀର୍ଘ ୭ ବର୍ଷ ହେଲା ଶାସନ କରୁଥିଲେ ମୋଇସ୍‌। ଗତ କିଛି ମାସରେ ଅପହରଣ ଓ ସଶସ୍ତ୍ର ଗ୍ୟାଙ୍କଙ୍କ ପ୍ରଭାବ ବୃଦ୍ଧି ଯୋଗୁ ରାଜନୈତୀକ ଅସ୍ଥିରତା ସୃଷ୍ଟି ହୋଇଥିଲା ଦେଶରେ।

Share