ହାଇତି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ପୋର୍ଟ- ଅଉ-ପ୍ରିନ୍ସ, ୧୫।୪ : ହାଇତି ପ୍ରଧାନମନ୍ତ୍ରୀ ଯୋସେଫ୍‌ ଜୌଟ୍‌ ତାଙ୍କ ପଦରୁ ଇସ୍ତଫା ଦେଇଥିବା ବୁଧବାର ଘୋଷଣା କରିଛନ୍ତି। ଦେଶରେ ଅପହରଣ, ହତ୍ୟାକାଣ୍ଡ ଅନିୟନ୍ତ୍ରିତ ଭାବେ ବଢ଼ି ଚାଲିଥିବାବେଳେ ଏହି କାରଣରୁ ସେ ତାଙ୍କ ପଦ ଛାଡ଼ିଥିବା କୁହାଯାଉଛି। ତେବେ ଇସ୍ତଫାପତ୍ରରେ ସେ କୌଣସି ନିର୍ଦ୍ଦିଷ୍ଟ କାରଣ ଉଲ୍ଲେଖ କରିନାହାନ୍ତି। ମାର୍ଚ୍ଚ ୨୦୨୦ରେ ଯୋସେଫ ହାଇତି ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ପୂର୍ବରୁ ମଧ୍ୟ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ ହେଁ ରାଷ୍ଟ୍ରପତି ଜୋଭେନେଲ ମୌସେ ତାହାକୁ ଅନୁମୋଦନ କରି ନ ଥିଲେ। ଜୌଟ୍‌ଙ୍କ ପରେ ରାଷ୍ଟ୍ରପତି ନୂଆ ପ୍ରଧାନମନ୍ତ୍ରୀ ଭାବେ କ୍ଲାଉଡ୍‌ ଯୋସେଫଙ୍କୁ ମନୋନୀତ କରିଛନ୍ତି।

Share