Categories: ଜାତୀୟ

ବିମାନରୁ ବଜରଙ୍ଗବାଲୀଙ୍କ ଚିତ୍ର ହଟାଇଲା ଏଚଏଏଲ…

ବେଙ୍ଗାଲୁରୁ,୧୪।୨ : ମଙ୍ଗଳବାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ଏଚଏଏଲ) ବେଙ୍ଗାଲୁରୁର ଏରୋ ଇଣ୍ଡିଆ ୨୦୨୩ ରେ ପ୍ରଦର୍ଶିତ ହୋଇଥିବା ‘ହିନ୍ଦୁସ୍ତାନ ଲିଡ ଇନ ଫାଇଟର୍‌ ଟ୍ରେନର (ଏଚଏଲଏଫଟି) -୪୨’ ରୁ ବଜରଙ୍ଗବାଲୀଙ୍କ ଚିତ୍ର ହଟାଇ ଦେଇଛି। ଏସିଆର ସବୁଠୁ ବଡ ଏୟାର ଶୋ’ର ପ୍ରଥମ ଦିନରେ ଅର୍ଥାତ ସୋମବାର ଦିନ ଏଚଏଏଲ ଦ୍ୱାରା ବିକଶିତ ଏହି ବିମାନ ବିଷୟରେ ଅନେକ ଆଲୋଚନା ହୋଇଥିଲା। ଏହାର ଆଲୋଚନା ହେବାର କାରଣ ହେଉଛି ଏଚଏଲଏଫଟି-୪୨ର ଭୂଲମ୍ବ ଫିନରେ ହନୁମାନଙ୍କର ଚିତ୍ର ଥିଲା। ହନୁମାନଙ୍କର ଚିତ୍ରି ସହିତ, ଉପରେ ଦ ଷ୍ଟ୍ରମ ଇଜ କମିଙ୍ଗ ଲେଖାଯାଇଥିଲା। ଏହାକୁ ବର୍ତ୍ତମାନ ହଟାଇ ଦିଆଯାଇଛି ।

ବେଙ୍ଗାଲୁରୁର ଏଚଏଏଲର ମୁଖ୍ୟାଳୟରେ ଥିବା ଜଣେ ଅଧିକାରୀ ଚିତ୍ର ଅପସାରଣ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଚିତ୍ର ଏବଂ ସ୍ଲୋଗାନ ଦ୍ୱାରା ଅନୁପ୍ରାଣିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ବିମାନର ଶକ୍ତିକୁ ଦେଖାଇବା । ଏହା ବ୍ୟତୀତ ଏଥିରେ କିଛି ଉଦ୍ଦେଶ୍ୟ ନ ଥିଲା ।

Share