Categories: ବାଣିଜ୍ୟ

ହାଲ୍‌ର ୧୫% ପର୍ଯ୍ୟନ୍ତ ଅଂଶଧନ ବିକ୍ରି ହେବ

ନୂଆଦିଲ୍ଲୀ,୨୮।୮: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ୍‌)ର ୧୫% ଅଂଶଧନ ବିକ୍ରି କରିବା ନେଇ ଯୋଜନା ରଖିଛନ୍ତି। ଏହା ଦ୍ୱାରା ପ୍ରାୟ ୫ ହଜାର କୋଟି ଟଙ୍କା ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଛି। କରୋନା ଯୋଗୁ କେନ୍ଦ୍ର ସରକାରଙ୍କୁ ପାଣ୍ଠିର ଆବଶ୍ୟକତା ପଡୁଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକର ଅଂଶଧନ ବିକ୍ରିରୁ ଏଭଳି ପୁଞ୍ଜି ଉଠାଇବା ଦିଗରେ ସରକାର ଯୋଜନା ରଖିଥିବା ଜଣାପଡିଛି। ହାଲ୍‌ର ୩୩.୪ ନିୟୁତ ଶେୟାର ବା ୧୦% ଅଂଶଧନ ଗୁରୁବାର ଏବଂ ଶୁକ୍ରବାର ଇନଷ୍ଟିଚ୍ୟୁଶନାଲ ଇନଭେଷ୍ଟରଙ୍କୁ ସରକାର ବିକ୍ରି କରିବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।

Share