ହଳଦୀପଦା ଷ୍ଟେଶନରେ ରେଳରୋକୋ

ରୂପ୍‌ସା,୯ା୫(ଡି.ଏନ୍‌.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ପ୍ରଗତିମଞ୍ଚ ପକ୍ଷରୁ ସୋମବାର ହଳଦୀପଦା ରେଳ ଷ୍ଟେଶନରେ ସକାଳ ୬ରୁ ରେଳରୋକୋ କରାଯାଇଛି। ମୁଖ୍ୟତଃ ଏହି ଷ୍ଟେଶନରେ ବାରିପଦା- ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍‌ର ରହଣି ସହ ୧୦ ଦଫା ଦାବି ପୂରଣ ପାଇଁ ରେଳରୋକୋ ହୋଇଥିଲା। ରେଳବିଭାଗର ବରିଷ୍ଠ ଅଧିକାରୀ, ସଦର ତହସିଲଦାର ଓ ଆଇଆଇସି ପହଞ୍ଚି ମଞ୍ଚର କର୍ମକର୍ତ୍ତାଙ୍କ ସହ ତ୍ରିପାକ୍ଷିକ ଆଲୋଚନା କରିଥିଲେ। ହେଲେ ବିଭାଗ ପକ୍ଷରୁ ବାରମ୍ବାର ପ୍ରତିଶ୍ରୁତି ଦିଆଯାଉଥିଲେ ହେଁ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସମାଧାନ ହୋଇପାରି ନ ଥିଲା। ବିଭିନ୍ନ ଷ୍ଟେଶନରେ ୬ ଘଣ୍ଟା ଧରି ଟ୍ରେନ୍‌ ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି।