Categories: ଖେଳ

୫୦ ରନ୍‌ ଭିତରେ ପାଭିଲିୟନ ଫେରିଲେ ଅଧା ଭାରତୀୟ ଟିମ୍‌

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ୍‌ରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଖରାପ ପ୍ରଦର୍ଶନ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ରନ୍‌ ଭିତରେ ୫ ଉଇକେଟ୍‌ ହରାଇଛି। ଓଭନର କେ.ଏଲ ରାହୁଲ ୯, ରୋହିତ ଶର୍ମା ୧୫, ବିରାଟ କୋହଲି ୧୨, ଦୀପକ ହୁଡ୍ଡା ଶୂନ, ହାର୍ଦ୍ଦିକ ପାଣ୍ଡ୍ୟା ୨ ରନ୍‌ରେ ଆଉଟ୍‌ ହୋଇଛନ୍ତି। ଏବେ ଦୀନେଶ କାର୍ତ୍ତିକ ଏବଂ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ କ୍ରିଜ୍‌ରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ଘାତକ ବୋଲିଂ କରି ୪ଟି ଉଇକେଟ୍‌ ନେଇଛନ୍ତି।

Share