ଗଣିତ ପଢ଼ାଉ ଥିବା ଅଧା ମ୍ୟାଡାମ୍‌-ସାର୍‌ ନିଜେ ପଢ଼ି ନାହାନ୍ତି ଗଣିତ ! : TISS ରିପୋର୍ଟ…

ନୂଆଦିଲ୍ଲୀ,୨୦।୧ : ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (ଟିଆଇଏସଏସ) ରେ ସେଣ୍ଟର ଅଫ ଏକ୍ସଲେନ୍ସ ଇନ ଟିଚର ଏଜୁକେଶନ(ସିଟିଇ) ପ୍ରତ୍ୟେକ ପିଲାଙ୍କ ପାଇଁ ସଠିକ ଶିକ୍ଷକ ଶୀର୍ଷକ ଏକ ଅନୁସନ୍ଧାନ ଅଧ୍ୟୟନ କରିଥିଲା। ଯେଉଁଥିରୁ ଜଣାପଡିଛି ସାରା ଦେଶରେ ଗଣିତ ପଢ଼ାଉ ଥିବା ୪୧ ପ୍ରତିଶତ ମ୍ୟାଡାମ୍‌-ସାର୍‌ ନିଜେ ଗଣିତ ପଢ଼ି ନାହାନ୍ତି। ସେମାନଙ୍କର ଗଣିତ ପଢ଼ାଇବାର ସମ୍ପୂର୍ଣ୍ଣ ଯୋଗ୍ୟତା ନାହିଁ। ସେମାନେ ସ୍ନାତକସ୍ତରରେ ଗଣିତ ଅଧ୍ୟୟନ କରିନାହାନ୍ତି । ଟାଟା ଇନଷ୍ଟିଚ୍ୟୁଟ ରିପୋର୍ଟ କରିଛି ଏହି ଅଭାବ ଆଠଟି ରାଜ୍ୟର ଉଭୟ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳିଛି, ଯେଉଁଠାରେ ୩୫ ରୁ ୪୧ ପ୍ରତିଶତ ଗଣିତ ପଢ଼ାଉଥିବା ମ୍ୟାଡାମ୍‌-ସାର୍‌ଙ୍କର ସ୍ନାତକରେ ଗଣିତ ପୃଷ୍ଠଭୂମି ନାହିଁ।

ଗବେଷଣା ବିଭିନ୍ନ ବିଷୟ ଉପରେ ଅଭିଜ୍ଞତା ଥିବା ଶିକ୍ଷକମାନଙ୍କୁ ନିଯୁକ୍ତି ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥାଏ । ସର୍ଭେ ଫଳାଫଳ ଅନୁଯାୟୀ ଗଣିତ ୩୫ ପ୍ରତିଶତ ସହିତ ଶୀର୍ଷରେ ରହିଛି, ତା’ପରେ ଇଂଲିଶ ୩୧ ପ୍ରତିଶତ ଏବଂ ଆଞ୍ଚଳିକ ଭାଷା ୩୦ ପ୍ରତିଶତ ରହିଛି। ମହାରାଷ୍ଟ୍ର, ବିହାର, ଆସାମ, ଛତିଶଗଡ, କର୍ନାଟକ, ପଞ୍ଜାବ, ମିଜୋରାମ ଏବଂ ତେଲେଙ୍ଗାନାରେ କରାଯାଇଥିବା ସର୍ଭେକୁ ଆଧାର କରି ଏହି ରିପୋର୍ଟରେ ୪୨୨ବିଦ୍ୟାଳୟ, ୩୬୧୫ ଶିକ୍ଷକ, ୪୨୨ପ୍ରଧାନ ଶିକ୍ଷକ, ୬୮ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଏବଂ ବିଏସସି ରେ ପଢୁଥିବା ୧୪୮୧ ଛାତ୍ରୀଛାତ୍ର ଶିକ୍ଷକଙ୍କ ତଥ୍ୟ ଅନ୍ତର୍ଭୂକ୍ତ କରାଯାଇଛି।

ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି େ ସମସ୍ତ ରାଜ୍ୟରେ ପ୍ରାଥମିକ ଶ୍ରେଣୀ ଶିକ୍ଷା ଦେଉଥିବା ୪୬ ପ୍ରତିଶତ ଶିକ୍ଷକଙ୍କର ଉପଯୁକ୍ତ ବୃତ୍ତିଗତ ଯୋଗ୍ୟତା ରହିଛି। ବିଶେଷକରି ଉତ୍ତର ପୂର୍ବାଞ୍ଚଳ ଏବଂ ହିମାଳୟ ରାଜ୍ୟଗୁଡିକରେ ବିଦ୍ୟାଳୟରେ ଶିକ୍ଷକ ଏବଂ ଛାତ୍ରୀଛାତ୍ରମାନଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ କରିବାର ଏକ ଜରୁରୀ ଆବଶ୍ୟକତା ଅଛି। ବେସରକାରୀ ବିଦ୍ୟାଳୟରେ ଚାକିରିର ଅବସ୍ଥା ଏବଂ ସରକାରୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିରେ ବିଳମ୍ବ ହେତୁ ଏହି କ୍ଷେତ୍ରରେ ଆହ୍ବାନଗୁଡିକ ଦର୍ଶାଯାଇଛି। ଫଳସ୍ବରୂପ, ବେସରକାରୀ କ୍ଷେତ୍ରର ପ୍ରାୟ ୪୦ ପ୍ରତିଶତ ଶିକ୍ଷକଙ୍କ ଶିକ୍ଷକତା ପ୍ରମାଣପତ୍ର ନାହିଁ। ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ କୌଣସି ଲିଖିତ ଦଲିଲ ବିନା ଶିକ୍ଷାଦାନ କରୁଛନ୍ତି।

ଏହା ସହିତ, ଅଧ୍ୟୟନରେ ଶିକ୍ଷକ ପ୍ରଶିକ୍ଷଣ ଏବଂ ନିଯୁକ୍ତି (ଏସଓଟିଟିଟିଇଆର) ଅନୁଯାୟୀ ଶାରୀରିକ ଶିକ୍ଷା, ସଙ୍ଗୀତ ଏବଂ କଳା ଭଳି ବିଷୟଗୁଡ଼ିକରେ ଶିକ୍ଷକମାନଙ୍କର ଘୋର ଅଭାବ ଦେଖାଦେଇଛି। ମୋଟ ଉପରେ, ସରକାରୀ ବିଦ୍ୟାଳୟରେ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ସ୍ଥିତି ୩୬ ପ୍ରତିଶତ ଏବଂ ଘରୋଇ ବିଦ୍ୟାଳୟରେ ୬୫ ପ୍ରତିଶତ ରହିଛି। କଳା ଏବଂ ସଙ୍ଗୀତ ଶିକ୍ଷକଙ୍କ ଉପଲବ୍ଧତା ଆହୁରି ସୀମିତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri