Categories: ଖେଳ

୯ ରନ୍‌ରେ ପାଭିଲିୟନକୁ ଫେରିଲେ ଦକ୍ଷିଣ ଆଫ୍ରିକାର ଅଧା ଟିମ୍‌

ଥିରୁଭାନନ୍ତପୁରମ,୨୮।୯: ଭାରତ ବିପକ୍ଷ ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିପର୍ଯ୍ୟୟ ସମ୍‌ୁଖୀନ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ମାତ୍ର ୯ ରନ୍‌ରେ ୫ଟି ଉକେଟ୍‌ ହରାଇଛି। ଦଳକୁ ପ୍ରଥମ ଓଭରରେ ଝଟ୍‌କା ଲାଗିଥିଲୋ। ଅଧିତ୍ନାୟକ ଟେମ୍ବା ବାଭୁମା ପ୍ରଥମ ଓଭରରେ ଦୀପକ ଚହରଙ୍କ ଶିକାର ହୋଇଥିଲେ। ଦ୍ୱିତୀୟ ଓଭରରେ ଦକ୍ଷିଣ ଆଫ୍ରିକାକୁ ଆଉ ତିନିଟି ଝଟକା ଲାଗିଥିଲା। ଦୀପକ ଚହର ପରେ ଅର୍ଶଦୀପ ସିଂ ଚମତ୍କାର ବୋଲିଂ କରିଥିଲେ। ଦ୍ୱିତୀୟ ଓଭରର ପ୍ରଥମ ବଲରେ ଅର୍ଶଦୀପ କ୍ୱିଣ୍ଟନ ଡି କକ, ପଞ୍ଚମ ବଲରେ ରିଲେ ରୁସୋ ଏବଂ ଶେଷ ବଲରେ ଡେଭିଡ ମିଲରଙ୍କୁ ଆଉଟ୍‌ କରିଥିଲେ। ଏହି ସମୟରେ ଦଳର ସ୍କୋର ମାତ୍ର ୮ ରନ୍‌ରେ ୪ଟି ଉଇକେଟ୍‌ ହରାଇଥିଲା।
ତୃତୀୟ ଓଭରରେ ଦକ୍ଷିଣ ଆଫ୍ରିକା ପଞ୍ଚମ ଝଟକା ପାଇଛି। ଦୀପକ ଚହର ପୁଣି ଥରେ ଟ୍ରାଇଷ୍ଟ ଷ୍ଟବ୍ସଙ୍କୁ ଆଉଟ୍‌ କରିଥିଲେ। ଦକ୍ଷିଣ ଆଫ୍ରିକାର ଚାରିଜଣ ଖେଳାଳି ଖାତା ମଧ୍ୟ ଖୋଲିପାରି ନ ଥିଲେ। ମାତ୍ର ୯ ରନ୍‌ରେ ଦକ୍ଷିଣ ଆଫ୍ରିକା ୫ଟି ଉଇକେଟ୍‌ ହରାଇଛି। ଏବେ କେଶବ ମହାରାଜା ଏବଂ ଓ୍ବେନ ପାର୍ନେଲ ବ୍ୟାଟିଂ କରୁଛନ୍ତି।

Share