Categories: ବାଣିଜ୍ୟ

ଆଦାନୀ ପୋର୍ଟଫୋଲିଓର ଅର୍ଦ୍ଧବାର୍ଷିକ ଫଳାଫଳ

ଭୁବନେଶ୍ୱର,୧୩।୧୨: ଆଦାନୀ ପୋର୍ଟଫୋଲିଓର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର ଫଳାଫଳ ଓ କାରବାର ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଏପରିକି ଚଳିତ ଆର୍ଥିକ ବର୍ଷର ଅର୍ଦ୍ଧବାର୍ଷିକ ଆର୍ଥିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ସମସ୍ତ ବ୍ୟବସାୟ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି। ଏ ନେଇ କମ୍ପାନୀର ଗ୍ରୁପ୍‌ ସିଏଫ୍‌ଓ ଯୁଗସିନ୍ଦର ସିଂହ କହିଛନ୍ତି, ବିମାନବନ୍ଦର, ଗ୍ରୀନ ହାଇଡ୍ରୋଜେନ୍‌ ଓ ଅନ୍ୟାନ୍ୟ ସମ୍ପତ୍ତିର ସଫଳତା କାହାଣୀ ଜାରି ରହିଛି ଏବଂ ପୋର୍ଟଫୋଲିଓ ଇବିଆଇଟିଡିଏକୁ ସେମାନଙ୍କ ଅବଦାନ ପ୍ରାୟ ୮% ରହିଛି, ଅର୍ଥନୈତିକ ଓ ଅନ୍ୟାନ୍ୟ ଆହ୍ବାନ ଭଳି ସମୟ ସତ୍ତ୍ୱେ ଉକ୍ତ ପୋର୍ଟଫୋଲିଓ ଦୃଢ଼ ରହିଛି। ସେହିଭଳି ୨୦୨୩-୨୪ ଆର୍ଥକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକରେ କମ୍ପାନୀର ଇବିଆଇଟିଡିଏ ୪୩,୬୮୮ କୋଟି ଟଙ୍କା ହୋଇଛି, ଯାହା ପୂର୍ବବର୍ଷ ତୁଳନାରେ ୪୭% ଅଧିକ ବୋଲି ଆକଳନ କରାଯାଉଛି। ଏହା ହେଉଛି କମ୍ପାନୀର ସର୍ବକାଳୀନ ସର୍ବାଧିକ ଇବିଆଇଟିଡିଏ। ଗତ ୫ବର୍ଷ ଭିତରେ ଏହି ପୋର୍ଟଫୋଲିଓ ବାର୍ଷିକ ୨୬.୩% ହାରରେ ଆଗକୁ ବଢ଼ିଛି। ୨୦୨୩-୨୪ଆର୍ଥିକ ବର୍ଷର ପ୍ରଥମ ୬ମାସର ଇବିଆଇଟିଡିଏ ୨୦୨୨-୨୩ ଆର୍ଥିକ ବର୍ଷ ସାରା ଇବିଆଇଟିଡିଏଠାରୁ ଅଧିକ ହୋଇଥିବାବେଳେ ୨୦୧୮-୧୯ର ଇବିଆଇଟିଡିଏଠାରୁ ୩ଗୁଣା ଅଧିକ ରହିଛି। ଅପରପକ୍ଷରେ କମ୍ପାନୀର ଭିତ୍ତିଭୂମି ବ୍ୟବସାୟ ୫୨% ବୃଦ୍ଧି ପାଇ ୩୭,୩୭୯ କୋଟି ଟଙ୍କା ହୋଇଛି, ଯାହା ମୋଟ ଇବିଆଇଟିଡିଏର ୮୬% ରହିଛି। ସେହିପରି ସୁଲଭ ମୂଲ୍ୟର ଗ୍ରୀନ୍‌ ହାଇଡ୍ରୋଜେନ୍‌ ଉପତ୍ାଦନ ରାଜସ୍ବରେ ୨୧୨% ବୃଦ୍ଧି ଆଣିଥିବା ବେଳେ ଇବିଆଇଟିଡିଏରେ ୧୦ଗୁଣା ବୃଦ୍ଧି କରିଛି। ଆଦାନୀ ଏଣ୍ଟରପ୍ରାଇଜେସ୍‌ ଅଧୀନରେ ବିମାନ ବନ୍ଦର କାରବାରରେ ୨୯% ବୃଦ୍ଧି ଘଟିଛି, ଅମ୍ବୁଜା ଓ ଏସିସି ସିମେଣ୍ଟ କାରବାରରେ ନିରନ୍ତର ବ୍ୟୟ ଓ ପରିଚାଳନା ଦକ୍ଷତା ଉପରେ ନଜର ଦିଆଯିବାରୁ ତାହାର ଲାଭ ମିଳିଛି। ୨୦୨୩-୨୪ ପ୍ରଥମ ୬ମାସର ଇବିଆଇଟିଡିଏ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚତ୍ଛି। ଆଦାନୀ ଗ୍ରୀନ୍‌ ଏନର୍ଜିର ଇବିଆଇଟିଡିଏ ୭୬% ବୃଦ୍ଧି ପାଇ ୮,୩୨୫ କୋଟି ଟଙ୍କା ହୋଇଛି।

Share