Categories: ଜାତୀୟ

ହାଲ୍‌ ଯୋଗାଇବ ୮୩ ତେଜସ୍‌ ଯୁଦ୍ଧ ବିମାନ

ବେଙ୍ଗାଲୁରୁ, ୩।୨: କର୍ନାଟକର ବେଙ୍ଗାଲୁରୁରେ ଜାରି ରହିଥିବା ଏରୋ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ଏୟାର ଶୋରେ ହିନ୍ଦୁସ୍ଥାନ ଏରୋନ୍ୟୁଟିକ୍ସ୍‌ ଲିମିଟେଡ୍‌(ହାଲ୍‌)କୁ ୮୩ ତେଜସ୍‌ ଯୁଦ୍ଧ ବିମାନ ଯୋଗାଇବା ପାଇଁ ଠିକା ମିଳିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏନେଇ ୪୮, ୦୦୦କୋଟି ଟଙ୍କାର ଠିକା ପ୍ରଦାନ କରାଯାଇଛି। ଏହି ଚୁକ୍ତି ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବେଶ୍‌ ଖୁସି ଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ୨୦୨୩ ସୁଦ୍ଧା ତେଜସ୍‌ ବିମାନର ଡେଲିଭରୀ ମିଳିବ ବୋଲି ସେ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪୦ଟି ବିମାନର ଡେଲିଭରୀ ମିଳିବ। ପରେ ଅବଶିଷ୍ଟ ଯୁଦ୍ଧ ବିମାନ ଯୋଗାଇ ଦିଆଯିବ। ଏହି ଏୟାର ଶୋରେ ୫୩୦ କମ୍ପାନୀ ପଞ୍ଜିକରଣ କରିଥିଲେ। ସେଥିମଧ୍ୟରେ ୪୫୭ ଭାରତୀୟ କମ୍ପାନୀ ଏବଂ ୭୪ ବିଦେଶୀ କମ୍ପାନୀ ରହିଥିଲେ। ଆମେରିକା, ବ୍ରିଟେନ, ଫ୍ରାନ୍ସ, ବେଲଜିୟମ୍‌, ବେଲାରୁଷ୍‌, ଚେକ୍‌ ଗଣରାଜ୍ୟ, ଇଟାଲୀ, ରୁଷ୍‌, ଜାପାନ, ତାଇଓ୍ବାନ୍‌, ୟୁକ୍ରାଇନ୍‌, ଦକ୍ଷିର ଆଫ୍ରିକା, ବୁଲଗେରିଆ ଏବଂ ଇସ୍ରାଏଲ୍‌ର ପ୍ରତିରକ୍ଷା ସରଞ୍ଜାମ ନିର୍ମାଣକାରୀ କମ୍ପାନୀ ଯୋଗଦେଇଛନ୍ତି।

Share