ହମାସ ଆକ୍ରମଣ: ୭୦୦ରୁ ଅଧିକ ଇସ୍ରାଏଲ ନାଗରିକ ମୃତ, ୪୧୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଲା…

ଜେରୁଜେଲମ, ୯।୧୦: ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣର ୩୬ ଘଣ୍ଟା ପରେ ମଧ୍ୟ ଇସ୍ରାଏଲର ଅନେକ ଅଞ୍ଚଳରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ହମାସ ନିୟନ୍ତ୍ରିତ ଗାଜାରେ ଇସ୍ରାଏଲ ବାୟୁସେନା ଆକ୍ରମଣ ଜାରି ରହିଛି।

ଯୁଦ୍ଧ ଘୋଷଣା ପରଠାରୁ ଇସ୍ରାଏଲ ବିମାନ ଗାଜା ଅଞ୍ଚଳରେ ୪୨୬ଟି ଟାର୍ଗେଟକୁ ଧ୍ୱଂସ କରିଛି। ଯୁଦ୍ଧରେ ଏପର୍ଯ୍ୟନ୍ତ ୭୦୦ରୁ ଅଧିକ ଇସ୍ରାଏଲ ନାଗରିକଙକ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୫୭ ଜଣ ସୈନିକ ଏବଂ ୩୪ ଜଣ ପୋଲିସ କର୍ମଚାରୀ ଅଛନ୍ତି। ଆତଙ୍କବାଦୀ ଆକ୍ରମଣରେ ୨୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ହମାସ ଆକ୍ରମଣରେ ଦଶ ନେପାଳୀ, ଚାରି ଜଣ ଆମେରିକୀୟ, ଦୁଇ ୟୁକ୍ରେନ, ଜଣେ ବ୍ରିଟିଶ ଏବଂ ଜଣେ ଫରାସୀ ନାଗରିକ ମଧ୍ୟ ନିହତ ହୋଇଛନ୍ତି। ଜର୍ମାନ ନାଗରିକଙ୍କୁ ହତ୍ୟା କରାଯିବା ସହ ଆମେରିକୀୟ ନାଗରିକଙ୍କୁ ବନ୍ଧକ କରାଯିବା ନେଇ ମଧ୍ୟ ଆଲୋଚନା ହେଉଛି। ଇସ୍ରାଏଲର ପାଲଟା ଆକ୍ରମଣରେ ୪୧୩ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୨୩୦୦ରୁ ଅଧିକ ଆହତ ହୋଇଛନ୍ତି।

Share