ଜି-୨୦ ସମ୍ମିଳନୀର ଏହି ଘୋଷଣା ପାଇଁ ହମାସ କଲା ଆକ୍ରମଣ: ବାଇଡେନ

ଓ୍ବାଶିଂଟନ୍‌,୨୬।୧୦: ଜି-୨୦ ଶିଖର ସମ୍ମିଳନୀରେ ହୋଇଥିବା ଏକ ପ୍ରମୁଖ ଘୋଷଣାକୁ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଅନ୍ୟତମ କାରଣ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଶିଖର ସମ୍ମିଳନୀରେ ସ୍ବାକ୍ଷାରିତ ହୋଇଥିବା ଭାରତ ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡର ପାଇଁ ହମାସ ଆକ୍ରମଣ କରିଛି ବୋଲି ବାଇଡେନ କହିଛନ୍ତି।

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରି ବାଇଡେନ କହିଛନ୍ତି, ଏହି କାରଣ ପାଇଁ ହମାସ ଆକ୍ରମଣ କରିଥିବା ସେ ଅନୁମାନ କରୁଛନ୍ତି କିନ୍ତୁ ଏନେଇ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ।

ସୂଚନାଯୋଗ୍ୟ, ଦ୍ୱିତୀୟ ଥର ପାଇଁ ବାଇଡେନ ହମାସ ଆକ୍ରମଣର ସମ୍ଭାବ୍ୟ କାରଣ ଭାବରେ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରକୁ ଦାୟୀ କରିଛନ୍ତି। କୁହାଯାଉଛି ଯେ, ଚାଇନାର ବେଲ୍ଟ ଏବଂ ରୋଡ ଇନିସିଏଟିଭର ବିକଳ୍ପ ଭାବରେ ଏହି କରଡରକୁ ସମସ୍କନ୍ଦ କରାଯାଉଛି।

Share