୧୦୦ବର୍ଷ ପୂର୍ବେ ଇସ୍ରାଏଲ-ହମାସ ଯୁଦ୍ଧରେ ବଳିଦାନ ଦେଇଥିଲେ ଭାରତୀୟ ଯବାନ, ଜେରୁଜେଲମକୁ କରିଥିଲେ ସ୍ବାଧୀନ

ନୂଆଦିଲ୍ଲୀ/ଗାଜା, ୯।୧୧: ଇସ୍ରାଏଲ-ହମାସ ଯୁଦ୍ଧ ବନ୍ଦ ହେବାର ସଙ୍କେତ ଦୂର ଦୂରକୁ ଦେଖାଯାଉ ନାହିଁ। ଯୁଦ୍ଧି ଦିନକୁ ଦିନ ଭୟଙ୍କର ହେଉଛି ସତ କିନ୍ତୁ ଶେଷ ହେଉନାହିଁ। ଦିନକୁ ଦିନ ଏହି ନରସଂହାରରେ ଲକ୍ଷ ଲକ୍ଷ ଶିଶୁ ବଳି ପଡୁଛନ୍ତି। ଯୁଦ୍ଧ ଏକ ମସଜିଦକୁ ନେଇ ହୋଇଥିବା କୁହାଯାଉଥିବାବେଳେ ଶହଶହ ବର୍ଷ ପୂର୍ବେ ଯୁଦ୍ଧରେ ଭାରତର ଲିଙ୍କ୍‌ ରହିଥିବା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ତେବେ ୧୦୦ବର୍ଷ ପୂର୍ବରୁ ଏପରି ଏକ ଘାତକ ଯୁଦ୍ଧର ଆହ୍ବନ ଦେଇଥିଲା ହମାସ। ଯେଉଁଥିରେ ଭାରତୀୟ ଯବାନଙ୍କ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା।

୧୦୦ବର୍ଷ ପୂର୍ବରୁ ହୋଇଥିବା ଏହି ଯୁଦ୍ଧ ଭାରତ-ଇସ୍ରାଏଲ ଇତିହାସର ରୋଚକ ମୋଡ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଜେରୁଜେଲମକୁ ସ୍ବାଧୀନ କରିବା ପାଇଁ ୧୯୧୭ରେ ୧୦ଲକ୍ଷରୁ ଅଧିକ ଭାରତୀୟ ସୈନିକ ଇଂରେଜଙ୍କ ବିରୋଧରେ ଯୁଦ୍ଧ କରିଥିଲେ। ଜେରୁଜେଲମ ପୋଷ୍ଟରେ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ୧୯୧୪-୧୯୧୮ଯାଏଁ ଏହି ଯୁଦ୍ଧ ଜାରି ରହିଥିଲା। ଇସ୍ରାଏଲକୁ ସ୍ବାଧୀନ କରିବା ପାଇଁ ଭାରତୀୟ ସେନା ଗୋଲେପୋଲେ, ସ୍ବେଜ ନହର, ସିନାଇ, ପାଲେଷ୍ଟାଇନ ଓ ତୁର୍କୀ-ଜର୍ମାନୀ ସହ ମଧ୍ୟ ଯୁଦ୍ଧ ଲଢିଥିଲେ। ଏହି ଯୁଦ୍ଧରେ ଶହୀଦ ଭାରତୀୟ ଯବାନଙ୍କୁ ଗାଜା, ଜେରୁଜେଲମରେ କବର ଦିଆଯାଇଥିଲା। ପଞ୍ଜାବୀ, ଶିଖ୍‌, ଗୋରଖ ଓ ଅବିଭାଜିତ ଭାରତର ବହୁ ସୈନିକଙ୍କ ଏହି ଯୁଦ୍ଧରେ ବଳିଦାନ ରହିଛି।

Share