ଦ୍ୱିତୀୟ ପର୍ଯ୍ୟାୟ ବନ୍ଧକ ମାନଙ୍କୁ ମୁକ୍ତ କରିବାରେ ବିଳମ୍ବ କଲା ହମାସ, ରଖିଲା ଏହି ସର୍ତ୍ତ

ନୂଆଦିଲ୍ଲୀ, ,୨୫ା୧୧: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିବା ପରେ ବନ୍ଧକ ମାନଙ୍କୁ ମୁକ୍ତ କରିବାର ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ହମାସ ଇସ୍ରାଏଲ ଆଗରେ କିଛି ନୂଆ ଦାବି ଉପସ୍ଥାପନ କରିଛି। ହାମାସ କହିଛି ଯେ, ଯଦି ଇସ୍ରାଏଲ ଗାଜା ସିଟିକୁ ସହାୟତା ଆସିବାକୁ ଦେବ ନାହିଁ ସେ ପର୍ଯ୍ୟନ୍ତ ଦ୍ୱିତୀୟ ବନ୍ଧକ ମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ମୁକ୍ତ କରିବାର ପ୍ରକ୍ରିୟା ବିଳମ୍ବିତ ହୋଇପାରେ।

ତେବେ ହମାସର ଏହି ଦାବି ଉପରେ ଇସ୍ରାଏଲ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଏହାପୂର୍ବରୁ ଇସ୍ରାଏଲର ସାମରିକ ମୁଖପାତ୍ର ଫ୍ରାନ୍ସର ବିଏଫଏମ ଟେଲିଭିଜନ ଷ୍ଟେସନକୁ କହିଥିଲେ ଯେ ଶେଷ ମୁହୂର୍ତ୍ତର ପରିବର୍ତ୍ତନକୁ ବାଦ ଦେଇ ୧୩ ଜଣ ଇସ୍ରାଏଲର ବନ୍ଧକଙ୍କୁ ମୁକ୍ତ କରାଯିବ ବୋଲି ଆଶା କରାଯାଉଥିଲା।

ତେବେ କତାର ହସ୍ତକ୍ଷେପରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୧୫୦ ପାଲେଷ୍ଟାଇନ ନାଗରିକଙ୍କ ବଦଳରେ ହମାସ ୫୦ ବନ୍ଧକଙ୍କୁ ମୁକ୍ତ କରିବ। ଇସ୍ରାଏଲ ମୁକ୍ତ କାରବାକୁ ଥିବା କେତେକ ବନ୍ଦୀ ଇସ୍ରାଏଲ ମାଟିରେ ଅସ୍ତ୍ରଶସ୍ତ୍ର ଧରି ହିଂସା ସୃଷ୍ଟି କରିଥିଲେ।

ଶୁକ୍ରବାର ପ୍ରଥମ ପ୍ରଥାମ ପର୍ଯ୍ୟାୟ ଅଦଳ ବଦଳରେ, ଅକ୍ଟୋବର ୭ ରେ ହମାସ ଦ୍ୱାରା ବନ୍ଧକ ଥିବା ପ୍ରାୟ ୨୪୦ ଜଣ ବନ୍ଧକ ମଧ୍ୟରୁ ୧୩ ଜଣ ଇସ୍ରାଏଲ୍ ମହିଳା ଏବଂ ଶିଶୁ ମୁକ୍ତ ହୋଇଥିଲେ। ଇସ୍ରାଏଲର ଜେଲରୁ ଚବିଶ ଜଣ ଜେଲରେ ଥିବା ପାଲେଷ୍ଟାଇନ ମହିଳା ଏବଂ ୧୫ ଜଣ ଯୁବକଙ୍କୁ ମୁକ୍ତ କରାଯାଇଥିଲା।

Share